ସ୍ବାମୀ ସ୍ତ୍ରୀ ଭିତରେ ହଣାକଟା
ସ୍ତ୍ରୀ ର ଦା ଚୋଟରେ କଟିଲା ସ୍ବାମୀର ଗୁପ୍ତାଙ୍ଗ
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିନ ବାଘନଟା ଗାଁରେ ଦେଖୁବକୁ ମିଳିଛି ଅଭାବନିୟ ଘଟଣା , ପାରିବାରିକ କଳିକୁ ନେଇ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କରିଛି । ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୁଣ୍ଡ ଓ ଦାନ୍ତ ଗୁଡ଼ିକ ଭାଙ୍ଗି ଯାଇଥିବା ବେଳେ ସ୍ତ୍ରୀ ମଧ୍ୟ ପ୍ରତି ଆକ୍ରମଣ ଦା ସାହାର୍ଯ୍ୟରେ ସ୍ବାମୀର ଗୁପ୍ତାଙ୍ଗକୁ କାଟିବା ସହ ବେକକୁ କାଟିଛି । ଗ୍ରାମବାସୀ ଖବର ପାଇ ଉଭୟ ସ୍ଵାମୀ ଓ ସ୍ତ୍ରୀ କୁ ଗରୁତ୍ବର ଅବସ୍ଥାରେ ୧୦୮ ଗାଡ଼ିରେ ଚାନ୍ଦବାଲି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଏଥିନେଇ ଚାନ୍ଦବାଲି ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ବାଘଟନା ଗାଁର ଦମ୍ପତି ହେଉଛନ୍ତି ଅମୂଲ୍ୟ ଜେନା ଓ ତାଙ୍କ ସ୍ତ୍ରୀ ସୁଲଚନା ଜେନା ବୋଲି ସୂଚନା ମିଳିଛି ।
ଭଦ୍ରକ ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )