ସ୍ମଶାନ ଜାଗା ଉପରେ ବେଆଇନ ଭାବରେ ପ୍ରାଚୀର ଓ ଗୃହ ନିର୍ମାଣ
ଦଶରଥପୁର ବ୍ଲକ ମଙ୍ଗଳପୁର ପଞ୍ଚାୟତସ୍ଥ ବଜରାପାଟ ମୌଜାର ଥିବା ସ୍ମଶାନ ଜାଗା ଉପରେ ମଙ୍ଗଳପୁର ପଞ୍ଚାୟତର ସରପଞ୍ଚ ବେଆଇନ ଭାବରେ ସ୍ମଶାନର ଅଧାରୁ ଅଧିକ ଜାଗାରେ ବେଆଇନ ଭାବରେ ପ୍ରାଚୀର ନିର୍ମାଣ କରିବା ସହିତ ଭିତରେ ବେଆଇନ ଘର ନିର୍ମାଣ କରିଛନ୍ତି l ଯାହାଫଳରେ ମଙ୍ଗଳପୁର ଗ୍ରାମର ଅନୁ ଜେନାଙ୍କ ସ୍ତ୍ରୀ ବଇଦେଇ ଜେନା ବୟସ (75)ମୃତ୍ୟୁବରଣ କରିଥିବା ବେଳେ ଶବଦାହ କରିବା ଲାଗି ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି l ଶବଦାହ କରିବାପାଇଁ ସ୍ମଶାନ ଜାଗା ଉପରେ ଶବଦାହ ଗୃହ ନିର୍ମାଣଲାଗି ସରକାର ପଞ୍ଚାୟତ ପ୍ରଶାସନ ଦ୍ୱାରା ଅର୍ଥ ଯୋଗେଇ ଦେଉ ଥିବା ବେଳେ ମଙ୍ଗଳପୁର ପଞ୍ଚାୟତରେ, ଏହି ଯୋଜନା ଫେଲ ମାରିଛି l ମଙ୍ଗଳପୁର ପଞ୍ଚାୟତର ବଜରାପାଟ ମୌଜାରେ ଥିବା ସ୍ମଶାନ ଜାଗାରେ ଶବଦାହ ଗୃହ ନଥିବାବେଳେ, ଶବଦାହ କରିବାକୁ ଲୋକମାନେ ନାନାଦି ହଇରାଣ ହୋଉଥିବା ବେଳେ ଉକ୍ତ ସ୍ମଶାନଜାଗା ଉପରେ ବେଆଇନ ଘର ନିର୍ମାଣ କରିବା କାହା ସ୍ୱାର୍ଥ ରେ ବୋଲି ମଙ୍ଗଳପୁର ପଞ୍ଚାୟତର ଜନସାଧାରଣ ପ୍ରଶ୍ନ କରିଛନ୍ତି ? ତୁରନ୍ତ ଯାଜପୁର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ପଞ୍ଚାୟତର ଜନସାଧାରଣ ଦାବି କରିଛନ୍ତି l
ଯାଜପୁର ଜିଲା ଇପିଏ ରୁ ସୀତାଂଶୁ ଶେଖର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )