ସ୍ୱଚ୍ଛ ଏବଂ ସୁସ୍ଥଭାରତ ବାର୍ତ୍ତା ନେଇ ସୁବର୍ଣ୍ଣପୁର ରେ ତିନି ପରିବ୍ରାଜକ l

0 5

ପରିବେଶ ସୁରକ୍ଷା ବାର୍ତ୍ତା ନେଇ ସୁବର୍ଣ୍ଣପୁର ରେ ପହଁଚିଲେ ତିନି ପରିବ୍ରାଜକ l
ସ୍ୱଚ୍ଛ ଏବଂ ସୁସ୍ଥ ଭାରତ ଗଠନ ର ବାର୍ତ୍ତା ନେଇ ସମଗ୍ର ଦେଶ ଚାଲି ଚାଲି ପରିକ୍ରମା କରିବାର ଇଛା ନେଇ ଆଜି ତିନି ଜଣ ଯୁବ ପରିବ୍ରାଜକ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ରେ ପହଞ୍ଚି ଥିଲେ l ସେମାନେ ହେଲେ ଇନ୍ଦିରା କଳା ସଂଗୀତ ବିଶ୍ୱ ବିଦ୍ୟାଳୟ, ଖେରାଗଡ଼ ଛତିଶଗଡ ରୁ ଉର୍ତ୍ତିଣ୍ଣ ହୋଇଥିବା ଉତ୍ତର ପ୍ରଦେଶ ନିବାସୀ ଅନିତେଶ ଶର୍ମା, ଝାରଖଣ୍ଡ ର ଅମିତ ପାଶ୍ୱାନ ଏବଂ ଛତିଶଗଡ ସୌରଭ ଦେବାଙ୍ଗନ l ସମାଜ କୁ ସୁସ୍ଥ ଏବଂ ସ୍ୱଚ୍ଛ ତଥା ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଆମେ ସମସ୍ତେ ପାରୁପର୍ଯ୍ୟନ୍ତ ଚାଲିବା ଅଭ୍ୟାସ ରଖିବା ଉଚିତ l ଏହା ଦ୍ୱାରା ଜୈବ ଇନ୍ଧନର କମ ବ୍ୟବହାର ହେବ l ପ୍ରଦୂଷଣ କମିବ, ଟ୍ରାଫିକ ଜାମ ସମସ୍ୟା ର ସମାଧାନ ହେବ ଏବଂ ଆମେ ସମସ୍ତେ ସୁସ୍ଥ ରହିବା l ଏହି ଭଳି ସୁନ୍ଦର ଉଦ୍ଦେଶ୍ୟ ନେଇ ଏହି ତିନି ଯୁବକ ପାଦରେ ଚାଲି ଚାଲି ସମଗ୍ର ଦେଶର 29 ଟି ରାଜ୍ୟ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବାହାରି ଛନ୍ତି l ଅକ୍ଟୋବର 7 ତାରିଖ ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ର 16 ତମ ଦିବସରେ ଆଜି ସେମାନେ ସୁବର୍ଣ୍ଣପୁର ରେ ପହଂଚି ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱାଣେ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ l ଜିଲ୍ଲାପାଳ ଏହି ଯୁବକ ମାନଙ୍କୁ ସେମାନଙ୍କର ମହତ ଉଦ୍ଦେଶ୍ୟ ପାଇଁ ଆରମ୍ଭ କରିଥିବା ଏହି ଯାତ୍ରା ପାଇଁ ସାଧୁବାଦ ଓ ଅଭିନନ୍ଦନ ଜଣାଇବା ସହ ପ୍ରାକୃତିକ ପରିବେଶର ସୁରକ୍ଷା ତଥା ବନୀକରଣ କରିବା ପାଇଁ ଲୋକମାନଙ୍କୁ ବାର୍ତ୍ତାଦେବା ପାଇଁ କହିଥିଲେ ଏବଂ ଏହି ଯାତ୍ରା ର ସଫଳ କାମନା କରିଥିଲେ l ଏହି ପଦଯାତ୍ରୀ ମାନଙ୍କୁ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅଫିସ ଶମ୍ବୁଖରେ ଉଚ୍ଚସିତ ସମ୍ବର୍ଦ୍ଧନା ଦେଇ ଜିଲ୍ଲାର ରେଡ଼କ୍ରସ କର୍ମକର୍ତ୍ତା, ରାମଧୁନ କ୍ଲବ ର ସଦସ୍ୟ, ସ୍ୱଚ୍ଛଭାରତ ଅଭିଯାନ ସଂଗଠନ ଏବଂ ଓଷ୍ଠା ର ସଦସ୍ୟ, ଇଙ୍କ ଫେଷ୍ଟ କର୍ମକର୍ତା, କେମିଷ୍ଟ ଡ୍ରଗିଷ୍ଟ ଏସୋସିଏସନ, ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ l ପରେ ପୌର ପରିଷଦ ଅତିଥି ଭବନ ଠାରେ ଏମାନଙ୍କ ପାଇଁ ଏକୋମୋଡେସନ ର ବ୍ୟବସ୍ଥା କରାଯାଇଥିବା ବେଳେ ଏଠାରେ ମଧ୍ୟ ପୌର ପରିଷଦ ନୋଡାଲ ଅଫିସର ଅଜିତ ନାଏକ, ଓ ଅନ୍ୟ କର୍ମଚାରୀ ଙ୍କ ସହିତ ସ୍ୱଚ୍ଛ ଭାରତ, ପଏଁ ରୀ , କେମିଷ୍ଟ ସଂଘ, ସହର ର ଅନେକ ବୁଦ୍ଧିଜୀବୀ ଏହି ପରିବ୍ରlଜକ ଙ୍କୁ ସ୍ୱାଗତ କରିଥିଲେ l ଆସନ୍ତାକାଲି ଏହି ତିନି ଜଣ ପରିବ୍ରାଜକ ସକାଳ 8 ଟା ବେଳେ ସୁବର୍ଣ୍ଣପୁର ରୁ ଯାତ୍ରା ଆରମ୍ଭ କରି ବୌଦ୍ଧ ଜିଲ୍ଲା ଦେଇ ଭୁବନେଶ୍ୱର ପରେ କଲିକତା ଅଭିମୁଖେ ଯାତ୍ରା କରିବା କାର୍ଯ୍ୟକ୍ରମ ରହିଥିବା ବିଷୟ ଜ଼ିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ଆଜି ର ଏଇ ସମସ୍ତ କାର୍ଯ୍ୟକ୍ରମ କୁ ତତ୍ୱା ବଧାନ କରୁଥିବା ସୁବର୍ଣ୍ଣପୁର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ ଭୋଇ ମିଡ଼ିଆ ଙ୍କୁ ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁର ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.