ସ୍ୱୟଂ ସହାୟକ ଗୋଷ୍ଟୀ ର ମହିଳାଙ୍କପ୍ରଶିକ୍ଷଣ ଶିବିର
ସୁବର୍ଣ୍ଣପୁର : ମିଶନ ଶକ୍ତି ବୌଦ୍ଧ ମାଧ୍ୟମ ରେ ୩୮ ଜଣ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ସଦସ୍ୟା ଙ୍କୁ ଚୟନ କରା ଯାଇ, ବିଜନେସ କରେଶପଣ୍ଡେନ୍ସ ଏଜେଣ୍ଟ ଭାବେ କାମ କରିବା ପାଇଁ ଏହି ମହିଳା ମାନଙ୍କୁ ଏକ ଦିବସିୟ ପ୍ରଶିକ୍ଷଣ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବୌଦ୍ଧ ର ସଭା ଗୃହ ରେ ଆୟୋଜନ କରାଯାଇଛି. ପ୍ରଶିକ୍ଷଣ ପରେ ଏହି ମହିଳା ମାନେ ଗ୍ରାମାଞ୍ଚଳ ରେ ବ୍ୟାଙ୍କ ସୁବିଧା ଯୋଗାଇ ଦେବେ. ଏହି ପ୍ରଶିକ୍ଷଣ ଶିବିର ରେ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଶ୍ରୀ ଅଶ୍ୱିନୀ ମେହେର ଅଧ୍ୟକ୍ଷତା କରିଥିଲେ. LDM ଶ୍ରୀ ରବୀନ୍ଦ୍ର ସେଠି, ଡିପିଏମ ଶ୍ରୀ ଫ୍ରାନସିସ ବାର୍ଲା, ଡିପିସି ଶ୍ରୀ ଦେବଦତ୍ତ ମିଶ୍ର ଓ ମିଶନ ଶକ୍ତି ର ବ୍ଲକ ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ. ICICI ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ରୁ ଶ୍ରୀ ପ୍ରିୟରଞ୍ଜନ ସ୍ୱାଇଁ ଓ ସୀତାଂଶୁ ସ୍ୱାଇଁ ପ୍ରଶିକ୍ଷଣ ଦେଇଥିଲେ.
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )