ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ମୋବାଇଲ ଆପକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ

0 26

କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ନିର୍ଦ୍ଧେଶକ୍ରମେ ରାୟଗଡ ଜିଲ୍ଲାରେ ଘଟୁଥିବା ସଡକ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବାକୁ ଓ ଅନଲାଇନ ମାଧ୍ୟମରେ ସୂଚନା ଦିଆଯିବ l ଏହି ମୋବାଇଲ ଆପକୁ ଆଜି ଜିଲ୍ଲାପାଳ ରାୟଗଡ ଶ୍ରୀ ସରୋଜ କୁମାର ମିଶ୍ର ଶୁଭାରମ୍ଭ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଜିଲାପାଳଙ୍କ ସହିତ ଆରକ୍ଷୀ ଅଧୀକ୍ଷକ ରାୟଗଡ ଶ୍ରୀ ବିବେକାନନ୍ଦ ଶର୍ମା, ସିଡିଏମଓ ଡ଼l ଆର୍ତ୍ତବନ୍ଧୁ ନାୟକ, ଅତିରିକ୍ତ ଆରକ୍ଷୀ ଅଧିକାରୀ ସଂକରି ପ୍ରସାଦ ଦ୍ବିବେଦୀ, ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ,ଆଞ୍ଚଳିକ ପରିବହନ ଅଧିକାରୀ,ରାୟଗଡ ଶ୍ରୀ ହେମେନ୍ଦ୍ର ନାୟକ ,ଡିପିଏମ,ରାୟଗଡ ଶ୍ରୀ ରାଜେଶ ରାଓ ପଟନାୟକ, ଡ଼ିଆଇଓ, ଏନଆଇସି,ରାୟଗଡ ଶ୍ରୀ ଗୁଣ ଶେଖର, ପ୍ରମୁଖ ଯୋଗଦେଇଥିଲେ l ଏହି ସମନ୍ବିତ ସଡକ ଦୁର୍ଘଟଣା ମୋବାଇଲ ଆପକ ଯୋଗୁଁ ଦୁର୍ଘଟଣା ସ୍ଥଳରେ ଗୁରୁତର ଆହତ ହୋଥଥିବା ଵ୍ୟକ୍ତି, ମୃତ୍ୟୁବରଣ କରିଥିବା ବ୍ୟକ୍ତିର ସୂଚନା ,ଗାଡିର ବିବରଣୀ, ଆରଟିଓଙ୍କୁ ସୂଚନା, ଜିଲା ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ସହିତ ଗlଡି ଚାଳକ ନିଶାଶକ୍ତ ଅବସ୍ଥାରେ ଦୁର୍ଘଟଣା ଘଟାଇଛି କି ନାହିଁ ସେ ସମ୍ପର୍କରେ ଫୋଟୋ ଭିଡ଼ିଓକୁ ଆପ ମାଧ୍ୟମରେ ଅପଲୋଡ଼ କରିବେ l ପୋଲିସ ବିଭାଗ,ସ୍ୱାସ୍ଥ୍ୟ ବିଭାଗ,ଆଂଚଳିକ ପରିବହନ ବିଭାଗ ଓ ଜତୀୟ ରାଜପଥ ବିଭାଗର ଦାୟିତ୍ୱ ରହିବ ଏବଂ ସେମାନେ ନିୟମିତ ଏହାକୁ ଅଧୁନାତନ କରିବେ l ଏହି ବିଷୟରେ ଥାନା ଅଧିକାରୀ ମାନଙ୍କ ଏହାପୂର୍ବରୁ ତାଲିମ ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ରୋଲ ଆଉଟ ମ୍ୟାନେଜର କେ ରବି ତେଜl ଓ ରଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଜିଲ୍ଲା ସୂଚ ଅଧିକାରୀ ଗୁଣ ଶେଖର ପରିଚାଳନା କରିଥିଲେ l

ରାୟଗଡା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.