ହାବିଲଦାର ମେଜର ସ୍ବର୍ଗତ ଗୋପୀନାଥ ଜେରାଇ ଙ୍କ ପୈତୃକ ଗ୍ରାମ କାଠଭାରି ଠାରେ ତାଙ୍କର ଅନ୍ତିମ ସ°ସ୍କାର
ଇଣ୍ଡିଆନ ରିଜର୍ଭ ବାଟାଲିୟନ ର ହାବିଲଦାର ମେଜର ସ୍ବର୍ଗତ ଗୋପୀନାଥ ଜେରାଇ ଙ୍କ ପୈତୃକ ଗ୍ରାମ କାଠଭାରି ଠାରେ ତାଙ୍କର ଅନ୍ତିମ ସ°ସ୍କାର କାର୍ଯ୍ୟକ୍ରମ ରେ ଗ୍ରାମବାସୀ ୟୋଗଦାନ କରି ପୁଷ୍ପାଞ୍ଜଳି ଦେଇ ଶ୍ରାଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ତାଙ୍କର ପରିବାର ଲୋକଙ୍କ ଶୋକ ସମବେଦନା ଜଣାଇଥିଲେ ଏବଂ ତାଙ୍କର ସ୍ତ୍ରୀଙ୍କୁ ସରକାରୀ ଚାକିରି ଓ ଦୁଇଟି ସାନ ପୁଅଙ୍କର ପାଠପଢା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।। ଏହି ଦୁଃଖଦ କାର୍ଯ୍ୟରେ ଶ୍ରୀ ପ୍ରହ୍ଲାଦ ପୂର୍ତ୍ତି , ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ରଣଜିତ ସିଂହ ପବନ କୁମାର ବରିଷ୍ଠ ନେତା ଶ୍ରୀ ଶ୍ୟାମ ଚରଣ କିସ୍କୁ ଓ ଆଦିବାସୀ ହୋ ସମାଜ ମହାସଭାର ଆବାହକ ଶ୍ରୀ ମନୋରଞ୍ଜନ ତିରିୟା, ଆଇନଜୀବୀ ଟିକୁନ ଜେରାଇ ଓ ବାଦାମପହାଡ଼ ଥାନା ଅଧିକାରୀ ଏ କେ ଜେନା ଓ ତାଙ୍କର ସହ ଆସିଥିବା ସହକାରୀ ସାଥି ଏବଂ ସମସ୍ତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ଓ ତାଙ୍କର ଶବଦାହ ଘରବାଡି ପାଖ ଜମିରେ ଆଦିବାସୀ ପରମ୍ପରା ଅନୁସାରେ ଅନ୍ତିମ ସ°ସ୍କାର କରିଥିଲେ ।।
ମୟୁରଭଞ୍ଜ ଜିଲ୍ଲା ଇପିଏରୁ ନିଗମାନନ୍ଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )