କାର୍ତିକ ପୂର୍ଣ୍ଣିମା ଅଵସର ରେ ପୁରୀ ସମୁଦ୍ର କୂଳରେ ହାବିଷ୍ୟାଳି ମାନେ ବାଲୁକା ପୂଜା କରି କାର୍ତ୍ତିକ ଉଦଯାପିତ କରିଛନ୍ତି। ପବିତ୍ର ମହୋଦଧି ଜଳ ସିଞ୍ଚନ କରି ପ୍ରଭୁ ସୁର୍ଯ୍ୟ ଦେବତା ଙ୍କୁ ଦର୍ଶନ କରି କାର୍ତିକ ବ୍ରତ ଶେଷ କରିଛନ୍ତି। ସେହିପରି କାର୍ତ୍ତିକ ବ୍ରତ ବୋଇତ ରେ ପାନ ଗୁଆ ଚାଉଳ ଦୀପ ଥୋଇ ବୋଇତ ଭସାଇ ଚନ୍ତି ମହଦଧି ସମେତ ବିଭିନ୍ନ ତୀର୍ଥ ପୁଷ୍କରିଣୀ ରେ । ବିଶ୍ୱାସ ରହିଛି ଏହା କଲେ ଅଶେଷ ପୁଣ୍ୟ ମିଳିଥାଏ।
ସେପଟେ ଓଡିଶା ର ପରମ୍ପରା ଅନୁଯାୟୀ ପୁରୀ ବାସୀ ମାନେ ମଧ୍ୟ କଦଳୀ ପାଟୁଆ , କାଗଜ ଡଙ୍ଗା ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ସମୁଦ୍ର ରେ ଭସାଇ ଚନ୍ତି। ଅତୀତରେ ଓଡିଶା ର ସାଧଵ ପୁଅ ମାନେ ଏହି ଦିନରେ ବ୍ୟବସାୟ ପାଇଁ ବିଦେଶ କୁ ଯାଇଥିଲେ। ସେତେବେଳେ ସାଧଵ ପୁଅ ମାନଙ୍କୁ ବନ୍ଦା ପନା କରି ବିଦାୟ ଦେଉଥିଲେ। ସେହି ପରମ୍ପରା ସ୍ମୃତି ରେ ଶ୍ରୀକ୍ଷେତ୍ର ବାସୀ ସମୁଦ୍ର ରେ ବୋଇତ ଭସାଇ ଅତିତର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା କୁ ମନେ ପକାଇ ଚନ୍ତି। ଭୋର ରୁ ଉଠି ବୋଇତ ଭସାଇ ଓଡ଼ିଆ ଘର ର ପରମ୍ପରା ଉଜିବିତ କରିଛନ୍ତି।
ପୁରୀ ଜିଲ୍ଲା ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )