୨୭ ସେପ୍ଟେମ୍ବର ଭାରତ ବନ୍ଦ କୁ ସଫଳ କରିବା ପାଇଁ ମିଳିତ ମଞ୍ଚର ନିବେଦନ
ସୁବର୍ଣ୍ଣପୁର ଜିଲ୍ଲା ଟ୍ରେଡ଼ ୟୁନିୟନ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ଆଜି ଜିଲ୍ଲାର ସମସ୍ତ କୃଷକ ସଂଗଠନର କର୍ମକର୍ତ୍ତା ଓ ଶ୍ରମିକ ସଂଗଠନ ମାନଙ୍କର କର୍ମକର୍ତ୍ତା ମାନଙ୍କର ଏକ ମିଳିତ କନଭେନସନ ବିଶିଷ୍ଟ ଶ୍ରମିକ ନେତା ଗୋବିନ୍ଦ ମହାରଣା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା l ଏହି କନଭେନସନ ରେ ଆବାହକ ଶ୍ରୀ ଗୋବିନ୍ଦ ମହାରଣା କନଭେନସନ ର ଉଦ୍ଦେଶ୍ୟ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ର ଦାବୀ ସମୂହ ଉପରେ ଆଲୋକପାତ କରିବା ସହ କୃଷକ ବିରୋଧୀ ତିନି କଳାକାନୁନ ଓ ବିଦ୍ୟୁତ ବିଲ.2020 ସହ ଏମ ଏସ ପି କୁ ଆଇନଗତ ମାନ୍ୟତା ଦାବୀର ଯଥାର୍ଥତା ଉପରେ ଆଲୋକପାତ କରିଥିଲେ l ଏହି ସମ୍ବିଳନୀରେ ଜିଲ୍ଲା କୃଷକ ସଂଗଠନ ନେତା ଶ୍ରୀ ବୈକୁଣ୍ଠ ଶତପଥି, ଶ୍ରମିକ ନେତା କୁଶ ମହାକୁଡ଼, ମନୋରଞ୍ଜନ ପାଣ୍ଡେ, କୃଷ୍ଣ ଚନ୍ଦ୍ର କମ୍ପ, ସୀତା ମହାକୁଡ଼, ରୁନି ସେଠୀ, ପ୍ରବୀଣ କୃଷକ ନେତା ଶ୍ରୀ ନରେନ୍ଦ୍ର ପଣ୍ଡା, ବିଶ୍ୱେସ୍ୱର ପୃଷ୍ଟି, ଲଛମନ ସୁନା, ରାଜେନ୍ଦ୍ର ମେହେର କେନ୍ଦ୍ର ସରକାରଙ୍କ ତିନି କଳା କୃଷି ଆଇନ, ବିଦ୍ୟୁତ ବିଲ.2020 ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ 1955 ସଂଶୋଧନ ଏମ ଏସ ପି କୁ ଆଇନ ଗତ ମାନ୍ୟତା ଦାବୀ ସହ ବେକାରୀଙ୍କୁ କର୍ମ ନିଯୁକ୍ତି ଓ ସୁବର୍ଣ୍ଣପୁର ଜିଲ୍ଲା କୁ ମରୁଡି ଘୋଷଣା ଏବଂ ଜିଲ୍ଲା ରେ ବ୍ୟାପକ ସାର କଳାବଜାରୀ ଉପରେ ବକ୍ତ୍ବ୍ୟବ୍ୟ ରଖିଥିଲେ l ଏହି ସମ୍ବିଳନୀ ରେ ସୁବର୍ଣ୍ଣପୁର ଜିଲ୍ଲା ଟ୍ରେଡ଼ ୟୁନିୟନ ସମନ୍ୱୟ ସମିତିର ନେତୃମଣ୍ଡଳୀ ସହ ଆଇ ଏନ ଟି ୟୁ ସି, ଏ ଆଇ ଟି ୟୁ ସି ଓ ଅଲଇଣ୍ଡିଆ କିଷାନ କ୍ଷେତ୍ର ମଜଦୁର ସଂଗଠନ, ଜିଲ୍ଲା କୃଷକ ସଂଗଠନ ଓ ସୁବର୍ଣ୍ଣପୁର ଜିଲ୍ଲା ବସ୍ତି ବାସିନ୍ଦା ସୁରକ୍ଷା ମଞ୍ଚର କର୍ମକର୍ତ୍ତା ମାନେ ଯୋଗ ଦେଇ ୨୭ ସେପ୍ଟେମ୍ବର ସଂଯୁକ୍ତ କିସାନ ମୋର୍ଚା ଡାକରାରେ 12 ଘଣ୍ଟିଆ ଭାରତ ବନ୍ଦ କୁ ସୁବର୍ଣ୍ଣପୁର ଜିଲ୍ଲା ରେ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ l ଦେଶ ବ୍ୟାପୀ କେନ୍ଦ୍ର ସରକାରଙ୍କ କଳା କୃଷି କାନୁନ ବିରୋଦ୍ଧରେ ଓ ସରକାରଙ୍କ ଜନ ବିରୋଧୀ ଘରୋଇ କରଣ ବିରୋଦ୍ଧରେ ଦୀର୍ଘ ସ୍ଥାୟୀ ମିଳିତ ଆନ୍ଦୋଳନ ଗଢିତୋଳିବା ପାଇଁ ସର୍ବ ସମ୍ମତି କ୍ରମେ ସିଦ୍ଧାନ୍ତ ଗ୍ରହଣ କରଯାଇଛି l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )