୬୨ତମ ପୋଲିସ ଶହୀଦ ଦିବସ ପାଳିତ

0 4

ମୟୂରଭଞ୍ଜ ପୋଲିସ ପ୍ରଶାସନ ପକ୍ଷରୁ ବାରିପଦା ରିଜର୍ଭ ପୋଲିସ ପ୍ୟାରେଡ୍ ପଡିଆଠାରେ ୬୨ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ୧୯୫୯ ମସିହାରୁ ଶହୀଦ୍ ହୋଇଥିବା ବୀର ଯଓ୍ବାନ୍ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଏହି ଦିବସଟିକୁ ଶହୀଦ୍ ଦିବସ ରୁପେ ପୋଲିସ ପକ୍ଷରୁ ପ୍ରତି ବର୍ଷ ପାଳିତ ହୋଇ ସୁଅଛି । ଆଜିର ଦିବସରେ ଅମର ଜଓ୍ବାନ୍ ଶହୀଦ୍ ପୀଠରେ ପୁଷ୍ପମାଲ୍ୟ ଦେଇ ଅମର ଶହୀଦ୍‌ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ପୋଲିସ ବାହିନୀ ପକ୍ଷରୁ ଫ୍ଲଗ୍ ମାର୍ଚ୍ଚ୍ କରାଯିବା ସହ ଜୀଲ୍ଲା ଆରକ୍ଷୀ ଅଧିକ୍ଷକ କେଧ୍ୟାନ ଦେଓ ଶହୀଦ୍‌ମାନଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଏହି ର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ୍ ଭରଦ୍ବାଜ ବିଧାୟକ ରାଜକିଶୋର ଦାସଙ୍କ ସହ ପୋଲିସ ବିଭାଗର ବିଭିନ୍ନ ପଦାଧିକାରୀ, ଇନ୍ସିପେକ୍ଟର, ଏସ.ଆଇ, ଏ.ଏସ.ଆଇ, ହାବିଲଦାର, କନେଷ୍ଟବଳ ପ୍ରମୁଖ ଯୋଗ ଦେଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ଅବସରପ୍ରାପ୍ତ ପୋଲିସ ଅଧିକାରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

ମୟୁରଭଂଜ ଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣଗ୍ରାହୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.