ବିଦ୍ୟାର୍ଥୀଙ୍କ ଶତ ପ୍ରତିଶତ ସଫଳତା

0 115

ଜୟ ପ୍ରକାଶ ନଗର ଦ୍ବିତୀୟ ଲାଇନ ସ୍ଥିତ ନାଳନ୍ଦା ଶ୍ରୀ ହାୟର ସେକେଣ୍ଡାରୀ ସ୍କୁଲରେ ଚଳିତ ବର୍ଷର ଯୁକ୍ତଦୁଇ ବିଜ୍ଞାନ ପରିକ୍ଷା ଫଳରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଅନୁଷ୍ଠାନର ବିଦ୍ୟାର୍ଥୀ ମାନେ ଶତ ପ୍ରତିଶତ ସଫଳତା ସହ ସମସ୍ତ ଛାତ୍ରୀ ୮୦ ପ୍ରତିଶତରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ଅନୁଷ୍ଠାନର ଚ୍ୟାୟରମ୍ୟାନ ତଥା ପ୍ରତିଷ୍ଠାତା ଶ୍ରୀ କାଳି ଚରଣ ସାହୁ କହିଛନ୍ତି ।

ଏଥିରେ ଅନୁଷ୍ଠାନର ୬୨ଜଣ ପରିକ୍ଷାର୍ଥୀ ପରିକ୍ଷା ଦେଇଥିବା ବେଳେ, ସେଥି ମଧ୍ୟରୁ ଏ – ୱାନରେ ୧୦ଜଣ, ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏଭଳି ସଫଳତା ପାଇବାରେ ଦକ୍ଷୀଣ ଓଡିଶାରେ ଅନ୍ୟ ଏକ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା, ନାଳନ୍ଦା ଶ୍ରୀ ଶିକ୍ଷା ଅନୁଷ୍ଠାନ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । କୃତି ବିଦ୍ୟାର୍ଥୀଙ୍କ ମଧ୍ୟରେ ସ୍ମୃତୀ ପ୍ରଜ୍ଞା ନାୟକ ୫୭୩ ମାର୍କ ରଖି ଦକ୍ଷିଣ ଓଡିଶାରେ ନାଳନ୍ଦା ଶ୍ରୀ କଲେଜକୁ ଗୌରବାନୀତ କରିଥିବା ବେଳେ ମାନସ ରଞ୍ଜନା ବେହେରା ୫୬୪, ହିତେଶ ସାହୁ ୫୫୯, ମନ୍ଥନ ନାହାକ ୫୫୧, ରାଜା ସାହୁ ୫୪୫, ଆୟୁଷ ମତୀ ପଣ୍ଡା ୫୪୫, ଆଶିଷ କୁମାର ସ୍ବାଇଁ ୫୪୫, ରାହୁଲ କୁମାର ସ୍ବାଇଁ ୫୪୨, ଈପ୍ସିତା ପ୍ରିୟଦର୍ଶନୀ ସାହୁ ୫୪୦, ସିଏଚ.ଚନ୍ଦ୍ରଶେଖର ରେଡ୍ଡୀ ୫୪୦, ଜି. ଉଦୟ କିରଣ ୫୩୮, ଏସ.ଶଙ୍କର ୫୩୭, ମେଘନା ହୋତା ୫୩୬, ରୁଦ୍ର ନାରାୟଣ ପ୍ରଧାନ ୫୩୬ ମାର୍କ ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏବଂ ଅନ୍ୟ ସମସ୍ତ ଛାତ୍ର ଛାତ୍ରୀ ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖି ମହା ବିଦ୍ୟାଳୟର ଗୌରବକୁ ବୃଦ୍ଧି କରିଛନ୍ତି । ଏନେଇ କଲେଜର ଚେୟାରମେନ ଓ ଅଧ୍ୟକ୍ଷ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.