ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

0 9

ସମ୍ବଲପୁର: ଏକ ଦୁଷ୍କର୍ମ ମାମଲାର ବିଚାରକରି ସ୍ବତନ୍ତ୍ର ପକ୍‌ସୋ କୋର୍ଟ(ଫାଷ୍ଟଟ୍ରାକ) ଜଜ୍ ପ୍ରଶାନ୍ତ କୁମାର ଦାଶ ଅଭିଯୁକ୍ତ ସମୀର କାଲୋ ଓରଫ ଚିକୁକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ୫୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଆହୁରି ୫୦ ହଜାର ଟଙ୍କା ଜରିମାନା କରାଯାଇଛି। ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅଂଚଳର ଜଣେ ୧୬ ବର୍ଷର ନାବାଳିକାକୁ ଜୟପୁରଗଡ଼ ଗ୍ରାମର ସମୀର କାଲୋ ବିବାହର ପ୍ରଲୋଭନ ଦେଇ ଶରୀରିକ ସଂପର୍କ ରଖିଥିଲା। ଫଳରେ ନାବାଳିକା ଜଣକ ଗର୍ଭବତୀ ‌ହୋଇଥିଲେ। ୬ ମାସର ଗର୍ଭବତୀ ଥିବା ପରେ ଜାଣିବା ପରେ ବି ସମୀର ପୀଡ଼ିତାକୁ ବିବାହ କରିବାକୁ ମନା କରିଦେଇଥିଲା।
ଫଳରେ ଗତ ୧୦ ମେ ୨୦୨୦ ଦିନ ପୀଡ଼ିତାଙ୍କ ମହୁଲପାଲି ଥାନାର ଦ୍ବାରସ୍ଥ ହୋଇଥିଲେ। ମହୁଲପାଲି ଥାନା ପୁଲିସ ଅଭିଯୁକ୍ତ ସମୀରକୁ ଗିରଫ କରିଥିଲେ। ସେହିଦିନଠାରୁ ସମୀର ଜେଲ୍‌ ହାଜତରେ ରହିଛି। ଏହି ମାମଲାର ବିଚାର ବେଳେ ୧୩ ଜଣଙ୍କ ସାକ୍ଷ୍ୟ ନିଆଯାଇଥିଲା। ତଥ୍ୟ ପ୍ରମାଣ ଆଧାରରେ କୋର୍ଟ ସମୀରକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲାରେ ସମୀରକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଏଥି ସହିତ ପୀଡ଼ିତାକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ବି ଆଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ବସନ୍ତ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ।

ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.