୨ହଜାର ଟଙ୍କିଆ ନୋଟ୍ ଅଦଳ ବଦଳ କରୁଥିବା ଆନ୍ତଃରାଜ୍ୟ ଗ୍ୟାଙ୍ଗର ପର୍ଦ୍ଦାଫାସ

0 102
ଜଣେ ପୋଲିସ କର୍ମଚାରୀ ସମେତ ୨ଗିରଫ,୩୦ଲକ୍ଷ ଟଙ୍କା ଓ ୫ଟି ମୋବାଇଲ ଫୋନ୍ ଜବତ

ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଥିବା ଆଦର୍ଶ ଥାନା ପୋଲିସ ରିଜର୍ଭ ବ୍ୟାଙ୍କ ଦ୍ୱାରା ଅଚଳ ହୋଇଥିବା ୨ହଜାର ଟଙ୍କିଆ ନୋଟ ଅଦଳ ବଦଳ କରୁଥିବା ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି । ଏହି ଘଟଣାରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ୨ଜଣକୁ ଗିରଫ କରିବା ସହ ୩୦ଲକ୍ଷ ଟଙ୍କା ଓ ୫ଟି ମୋବାଇଲ ଫୋନ ଜବତ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ୫ରୁ ଉର୍ଦ୍ଦ ଅଭିଯୁକ୍ତ ଫେରାର ଅଛନ୍ତି । ଆଦର୍ଶ ଥାନାରେ ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାଧବାନନ୍ଦ ନାୟକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ପଡୋଶୀ ଆନ୍ଧ୍ରପ୍ରଦେଶର ପାର୍ବତୀପୂରମ ଜିଲ୍ଲା ସାଲୁରୁ ଥାନା ଅନ୍ତର୍ଗତ ମାରିପିଲ୍ଲି ଗ୍ରାମର ବିନୋଦ ରାଇପିଲ୍ଲି(୨୨) ଓରଫ ରାଜେଶ ଓ ଗଜପତି ଜିଲ୍ଲାର କାର୍ଯ୍ୟରତ ପୋଲିସ କର୍ମଚାରୀ ତନୁଜ କୁମାର ସାବତ ଅଟନ୍ତି । ବିଶାଖାପାଟଣା ଜିଲ୍ଲା ମୁରଲିନଗର ଗ୍ରାମର ଟି.ନାଗା ରବିନ୍ଦ୍ରନାଥ କିଛିଦିନ ପୂର୍ବେ ଜାଣିବାକୁ ପାଇଲେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ବହୁମାତ୍ରାରେ ଅଚଳ୨ହଜାର ଟଙ୍କିଆ ନୋଟ୍ ରହିଛି । ଏ ବିଷୟରେ ଜି.ସତୀଶ ଓ ଶ୍ରୀନିବାସ ଜରିଆରେ ବିନୋଦ ରାଇପିଲ୍ଲି ଓରଫ ରାଜେଶ ତାଙ୍କ ସହ ଯୋଗାଯୋଗ କରିଥିଲା । ତାଙ୍କୁା ତା.୧୩-୦୧-୨୦୨୪ରିଖରେ ଜି.ସତୀଶର ଫୋନ ନଂ ୭୩୯୬୯୩୫୮୧୯ରେ ହ୍ୱାଟ୍ସଆପ ଭିଡିଓ ଜରିଆରେ ୨ହଜାର ଟଙ୍କିଆ ନୋଟ୍ ଗୁଡିକ ଦେଖାଇଥିଲା । ଏହାପରେ ପ୍ରଥମେ ବିନୋଦ ରାଇପିଲ୍ଲି ଓରଫ ରାଜେଶ କୋଟି ଟଙ୍କାରୁ ଉର୍ଦ୍ଦ ୫ଶହ ଟଙ୍କିଆ ନୋଟ୍ ଆଣିଲେ ଡିଲ୍ ହେବ ବୋଲି କହିଥିଲା । କିନ୍ତୁ ସେ ଏତିରେ ଅମଙ୍ଗ ହୋଇଥିଲେ । ଶେଷରେ ୩୦ଲକ୍ଷ ଟଙ୍କାର ୫ଶହ ଟଙ୍କିଆ ନୋଟ୍ ଆଣିଲେ ତା ବଦଳରେ ୬୦ଲକ୍ଷ ଟଙ୍କାର ୨ହଜାର ଟଙ୍କିଆ ନୋଟ୍ ନେଣଦେଣ ହେବ ବୋଲି ସ୍ଥିର ହେଲା ।ତା.୧୯-୦୧-୨୦୨୪ରିଖରେ ବିନୋଦ ରାଇପିଲ୍ଲି ଓରଫ ରାଜେଶକୁ ଭେଟିବା ସକାଶେ ଟି. ନାଗା ରବିନ୍ଦ୍ରନାଥ ନିଜର ବନ୍ଧୁ ଶ୍ରୀନିବାସ, ଭାସ୍କର ଓ କେ.ଭି.ରତ୍ନମଙ୍କ ମିଶି ପାରଳାଖେମୁଣ୍ଡିରେ ଅପରାହ୍ନ ପ୍ରାୟ ସାଢେ ୩ଘଣ୍ଟା ସମୟରେ ପହଞ୍ଚିଲେ । ବସ୍‌ଷ୍ଟାଣ୍ଡ ନିକଟରେ ଥିବା ସତ୍ୟ ରେସିଡେନ୍ସିରେ ସେମାନେ ରହିଥିଲେ । ସେଠାରେ ସେମାନେ ବିନୋଦ ରାଇପିଲ୍ଲି ଓରଫ ରାଜେଶକୁ ଭେଟିବା ସକାଶେ ମଙ୍ଗଳବାର ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ଟି ନାଗା ରବିନ୍ଦ୍ରନାଥ ହ୍ୱାଟ୍ସଆପରେ ୫ଶହ ଟଙ୍କିଆ ନୋଟ୍ କୋଡ ଜରିଆରେ ଦେଖାଇଥିଲେ । ବିନୋଦ ଟଙ୍କା ଅଦଳବଦଳ କରିବା ପାଇଁ ବୁଧବାର ଦିନ ସେମାନଙ୍କୁ ନିଶ୍ଚିତ କଲା । ବୁଧବାର ରାତ୍ରରେ ସେମାନେ କାରରେ ପାତ୍ ପାଟନମ ଗଲେ । ପାତପାଟନମ ଠାରୁ ଶ୍ରୀକାକୁଲମ୍ ଓ ସେଠାରୁ ବିଶାଖାପାଟଣା ବସରେ ଯାଇଥିଲେ । ତାପର ଦିନ ଅର୍ଥାତ ଗୁରୁବାର ଦିନ ସେ ଘରୁ ଟଙ୍କା ଧରି ବସ୍ ଯୋଗେ ବିଶାଖାପାଟଣାରୁ ଶ୍ରୀକାକୁଲମରେ ପହଞ୍ଚିଥିଲେ । ଶ୍ରୀକାକୁଲମରେ ଭାସ୍କର, ଶ୍ରୀନିବାସ ଓ ବିନୋଦ ସହ ଭେଟ ହେଲା ଏବଂ ସେଠାର ସମସ୍ତେ ମିଶି କାରରେ ଯୋଗେ ପାରଳାଖେମୁଣ୍ଡି ଠାରେ ଅପରାହ୍ନ ସାଢେ ୩ଘଣ୍ଟା ସମୟରେ ପହଞ୍ଚିଥିଲେ । ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ବସ୍ ର ଫୋନ କରିଛନ୍ତି କେବଳ ସେ ଓ ରବିନ୍ଦ୍ରନାଥ କେରାଣ୍ଡି ଗ୍ରାମ ନିକଟରେ ଥିବା ନିର୍ଜନ ସ୍ଥାନରେ ଥିବା ଏକ ଘରକୁ ଆସିବାକୁ କହିଛନ୍ତି ବୋଲି କହିଥିଲା । ଅନ୍ୟମାନଙ୍କ କାରରେ କାରରେ ରାସ୍ତା ଉପରେ ଅପେକ୍ଷା କର କହିବା ସହ ରବିନ୍ଦ୍ରନାଥ ଟଙ୍କା ବ୍ୟାଗ ଧରି ବିନୋଦ ରାଇପିଲ୍ଲି ଓରଫ ରାଜେଶ ସହ ଉକ୍ତ ନିର୍ଜନ ସ୍ଥାନରେ ଥିବା ଘର ଅଭିମୁଖେ ବାହାରିଥିଲେ । କିଛିଦୂର ଗଲାପରେ ବିନୋଦ ରାଇପିଲ୍ଲି ଓରଫ ରାଜେଶ ରବିନ୍ଦ୍ରନାଥଙ୍କୁ ଆକ୍ରମଣ କରିବା ସହ ତାଙ୍କ ହାତରୁ ଟଙ୍କା ବ୍ୟାଗ ଛଡାଇ ଦୌଡି ପଳାଉଥିଲେ । ରବିନ୍ଦ୍ରନାଥ ପାଟି କରିବା ସହ ଫୋନରେ କାର ନିକଟରେ ଅପେ କ୍ଷା କରିଥିବା ତାଙ୍କ ବନ୍ଧୁଙ୍କୁ ଜଣାଇଥିଲେ । ରବିନ୍ଦ୍ରନାଥଙ୍କ ପାଟି ଶୁଣି କିଛି ଦୂରରେ ଭଲିବଲ ଖେଳୁଥିବା ପିଲାମାନେ ବିନୋଦ ରାଇପିଲ୍ଲି ଓରଫ ରାଜେଶର ପିଛା କରି ଘେରିଯାଇଥିଲେ । ତାପରେ ସେମାନେ ଆଦର୍ଶ ଥାନା ପୋଲିସ ପାରଳାଖେମୁଣ୍ଡିକୁ ଫୋନ କରି ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିନୋଦ ରାଇପିଲ୍ଲି ଓରଫ ରାଜେଶକୁ ଗିରଫ କରିବା ସହ ତା ନିକଟରୁ ୬ଟି ପ୍ୟାକେଟରେ ରହିଥିବା ୩୦ଲକ୍ଷ ଟଙ୍କାର ୫ଶହ ଟଙ୍କିଆ ନୋଟ ଜବତ କରିବା ସହ ଥାନାକୁ ନେଇଥିଲା । ଟି.ନାଗା ରବିନ୍ଦ୍ରନାଥ ଆଦର୍ଶ ପୋଲିସ ଥାନା ପାରଳାଖେମୁଣ୍ଡିରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି କେସ୍ ନଂ-୨୫/୨୦୨୪ ଭାରତୀୟ ପିଙ୍ଗଳ କୋଡ୍ ର ଦଫା ୧୨୦(ଖ) ଓ ୩୯୪ଦଫାରେ ମାମଲା ରୁଜୁ କରି ପୋଲିସ ତଦନ୍ତ କାର୍ଯ୍ୟ ଆରମ୍ଭ କରିଥିଲା । ତଦନ୍ତ ବେଳେ କନଷ୍ଟେବଲ ତନୁଜ କୁମାର ସାବତ ପ୍ରଥମ ଘଟଣା ସ୍ଥଳରେ ପହଞ୍ଚି ବିନୋଦ ରାଇପିଲ୍ଲି ଓରଫ ରାଜେଶ ଠାରୁ ମୋବାଇଲ ଫୋନ ଟି ଛଡାଇ ନେଇ ଅଚଳ ଟଙ୍କା ଅଦଳବଦଳ ଘଟଣା ସହ ସମ୍ପୃକ୍ତ ପାରଳାଖେମୁଣ୍ଡିରେ ରହୁଥୁବା ଜଣେ ଅଭିଯୁକ୍ତକୁ ଦେଇଥିଲେ । ଏହା ଜଣାପଡିବା ପରେ ତାଙ୍କୁ ବିରୋଧରେ ମାମଲା ରୁଜୁ କରାଯିବା ସହ ଚାକିରିରୁ ନିଲମ୍ବିତ କରାଯାଇଛି । ଏହି ମାମଲାର ତଦନ୍ତ ଏସଆଇ ପଞ୍ଚାନନ ବେହେରା କରୁଛନ୍ତି ବୋଲି ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାଧବାନନ୍ଦ ନାୟକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଆଦର୍ଶ ପୋଲିସ ଥାନାର ଭାରପ୍ରାପ୍ତ ଥାନାଧିକାରୀ ପ୍ରଶାନ୍ତ କୁମାର ଭୂପତି ଉପସ୍ଥିତ ଥିଲେ ।

ଗଜପତି ଜିଲା ଇପିଏ ରୁ ଦିଲୀପ ଶତପଥି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave A Reply

Your email address will not be published.