କଟକ ଜିଲ୍ଲାରୁ ୨୪୬ ଜଣ ବରିଷ୍ଠ ନାଗରିକ ପୁଷ୍କର ଓ ଆଜମେର ତୀର୍ଥଯାତ୍ରାରେ

0 14

ମାନ୍ୟବରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ହିତରେ ବିଭିନ୍ନ କାର୍ଯ୍ୟକ୍ରମମାନ ଜାରି ରଖିଥିବା ବେଳେ ବରିଷ୍ଠ ନାଗରିକଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ଼ଃ ଭବାନୀ ଶଙ୍କର ଚୟନୀଙ୍କ ପ୍ରତକ୍ଷ ତତ୍ୱବୋଧନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି କଟକ ଜିଲ୍ଲାରୁ ୨୪୬ ଜଣ ବରିଷ୍ଠ ନାଗରିକଙ୍କୁ ଚୟନ କରାଯାଇ ରାଜସ୍ଥାନର ପୁଷ୍କର ଓ ଆଜମେର ତୀର୍ଥଯାତ୍ରା ନିମନ୍ତେ ୬ଟି ବସ ଯୋଗେ ଭୁବନେଶ୍ୱର ପଠା ଯାଇଛି। ସେଠାରେ ଆଜିର ରାତ୍ର ରହଣି ପରେ ଆସନ୍ତା ୪ ତାରିଖରେ ଟ୍ରେନ ଯୋଗେ ଉକ୍ତ ସ୍ଥାନକୁ ଭ୍ରମଣ କରିବେ। ଏହି ତୀର୍ଥ ସ୍ଥାନମାନ ଭ୍ରମଣ କରି ଆସନ୍ତା ୯ ତାରିଖରେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି ବୋଲି କାର୍ଯ୍ୟକ୍ରମ ସଂଚାଳନ ଦାଇତ୍ୱରେ ଥିବା ଡେପୁଟି କଲେକ୍ଟର ଅଳକାରଣୀ ଦେବତା ସୂଚନା ଦେଇଛନ୍ତି।

ପତାକା ଦେଖାଇ ଉକ୍ତ ୬ଗୋଟି ବସ ଚାଲିବାର ଶୁଭାରମ୍ଭ କରାଯାଇଥିଲା।ଆଜି ଏହି ଅବସରରେ ମାନ୍ୟବର ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୁକିମ,ଚୌଦ୍ୱାର-କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ବାଳ ଉପସ୍ଥିତ ଥିଲେ। ସୂଚଯୋଗ୍ୟ ବିଧାୟକ ମାନେ ତୀର୍ଥଯାତ୍ରୀ ମାନଙ୍କ ସହିତ ବାର୍ତାଳପ ମଧ୍ୟ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବୋ ଟୋପୋ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମର ତଦାରଖ କରିଥିଲେ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଲଲାଟେନ୍ଦୁ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ଵିଭାଗୀୟ ଅଧିକାରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

କଟକ ଇପିଏ ରୁ ଲଳିତ ଦାସ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.