ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ – ଐତିହାସିକ ଶିକ୍ଷାନୁଷ୍ଠାନ ଟି.ଏନ.ଟି ର ଐତିହାସିକ ସଫଳତା
ଚଳିତ ବର୍ଷ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଙ୍କ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ ଆଜି ପ୍ରକାଶ ପାଇଛି।ଏଥିରେ ରାଜ୍ୟର ୮୨ % ଛାତ୍ରଛାତ୍ରୀ ବାଣିଜ୍ୟ ରେ କୃତକାର୍ଯ୍ୟ ହୋଇଥିବା ବେଳେ ବ୍ରହ୍ମପୁର ସହର ତଥା ଓଡିଶା ର ଶିକ୍ଷା କ୍ଷେତ୍ରର ଆଲୋକବର୍ତ୍ତିକା ସାଜିଥିବା ଟି.ଏନ.ଟି ଶିକ୍ଷାନୁଷ୍ଠାନରେ କିନ୍ତୁ ଦେଖିବାକୁ ମିଳିଛି ଶତ ପ୍ରତିଶତ ରେଜଲ୍ଟ। ଏହି ବର୍ଷ 50 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ 80% ରୁ ଉର୍ଦ୍ଧ ରଖି 20 ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ 2 ଜଣ ଛାତ୍ର *ଆଦିତ୍ୟ* *ରଞ୍ଜନ ଦଳେଇ* 557 ନମ୍ବର ଓ *ଏସ. ପ୍ରଫୁଲ୍ଲ ରେଡି* 554 ନମ୍ବର ରଖି 90% ରୁ ଉର୍ଦ୍ଧ ଫଳ ପ୍ରାପ୍ତ କରିଛନ୍ତି ।
ଉକ୍ତ ପରୀକ୍ଷା ରେ ସଫଳତାର ସହ 15 ଜଣ ଛାତ୍ରଛାତ୍ରୀ 500 ରୁ ଉର୍ଦ୍ଧ ନମ୍ବର ରଖିବାରେ ସକ୍ଷମ ହୋଇପାରିଛନ୍ତି ଏହି ସଫଳତା ନିଜର କଠିନ ପରିଶ୍ରମ, ଦୃଢ ଇଛା ଶକ୍ତି ଏବଂ ଶିକ୍ଷକ ମାନଙ୍କର ପ୍ରାଣମୂର୍ଚ୍ଚା ଉଦ୍ୟମ ତଥା ଅଭିଭାବକ ରୁପି ଭଗବାନଙ୍କ ଆଶୀର୍ବାଦ ଯୋଗୁଁ ସମ୍ଭବ ହୋଇଛି ବୋଲି ଶିକ୍ଷାର୍ଥୀ ମାନେ ମତ ପୋଷଣ କରିଥିବା କହିଛନ୍ତି ଅନୁଷ୍ଠାନର ମୁଖ୍ୟ ଶ୍ରୀ ଅଜୟ କୁମାର ଦ୍ବିବେଦୀ l ଶିକ୍ଷକ ମାନଙ୍କ ଅଗାଢ଼ ବିଶ୍ୱାସ ତଥା ଭିନ୍ନ ମାଧ୍ୟମର ଶିକ୍ଷାଦାନ ଅନୁଷ୍ଠାନର ସଫଳତାର ପ୍ରମୁଖ କାରଣ ପାଲଟିଛି ବୋଲି ବିଭିନ୍ନ ମହଲରୁ ମତ ଆସି ଅଛି l ଏଥିରେ ଅନୁଷ୍ଠାନର ଶିକ୍ଷକ ଶ୍ରୀମତୀ ତୁଳସା ଦ୍ବିବେଦୀ, କୁନାଲ ସାର, ଶକ୍ତି ସାର, ସୌରଭ ସାବତ, ଶିବାନନ୍ଦ ପଣ୍ଡା, ଆଶୁତୋଷ ଆଚାର୍ଯ୍ୟ, ମାନସ ରଞ୍ଜନ ସାହୁ, ସିମାଞ୍ଚଳ ପାଢ଼ୀ, ବିଶାଖା ମହାରଣା ଇତ୍ୟାଦି ଏହି ସଫଳତାର ସାରଥୀ ସାଜି ଥିଲେ l ଶିକ୍ଷାନୁଷ୍ଠାନ ର ସମସ୍ତ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ କରି T. N. T କୁ ଗୌରାବାନିତ କରିପାରିଛନ୍ତି l
ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )