5 ଟି ଯୋଜନାରେ ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ

0 3

ରାଇରଙ୍ଗପୁର :ଓଡିଶା ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ରେ 5ଟି ଯୋଜନାରେ ରାଇରଙ୍ଗପୁର ବ୍ଲକର(2ଟି)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଗୋରୁମହିଷାଣି ସରକାରୀ ଉଚ୍ଚ ବିଦ୍ୟାଳୟ ସାମିଲ ହୋଇଛି Iରାଇରଙ୍ଗପୁରର ସର୍ବ ପୁରାତନ ବାଳିକା ବିଦ୍ୟାଳୟ ୧୯୪୯ ମସିହାରେ ପ୍ରତିଷ୍ଠା ଲାଭ ହୋଇଥିଲାI ବିଦ୍ୟାଳୟ ଅନୁଷ୍ଠାନିକ ଭାବେ 5ଟି ଯୋଜନାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି I ବିଦ୍ୟାଳୟକୁ ନୂତନ ଭାବରେ ବିଭିନ୍ନ ପୁଲ,ରଙ୍ଗରେ ଓ ସୁ ସଜ୍ଜିତ କରାଯାଇଛି I ଏଥିରେ୮ ଟି ସ୍ମାର୍ଟ ଶ୍ରେଣୀ ଗୃହ, ଇ-ଲାଇବ୍ରେରୀ,ବିଜ୍ଞାନ ପରୀକ୍ଷାଗାର,ପଠନ ଗୃହ,ଉଦ୍ୟାନ, ପାଇଖାନା ଗୃହ ପ୍ରଭୁତି ନିର୍ମାଣ କରାଯାଇଛି I ବେସରକାରୀ ବିଦ୍ୟାଳୟ ଗୁଡିକ ମଧ୍ୟରେ ଥିବା ଅତ୍ୟାଧୁନିକ ସୁବିଧାକୁ ଯଥା ସମ୍ଭବ ସରକାରୀ ବିଦ୍ୟାଳୟ ମଧ୍ୟରେ ସୁବିଧା ଯୋଗାଇଦେବା ପାଇଁ ଚେଷ୍ଟା କରାଯାଇଛି ବୋଲି ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ (ବରିଷ୍ଠ) ପ୍ରକାଶ ଚନ୍ଦ୍ର ମହାଳିକ ପ୍ରକାଶ କରିଛନ୍ତି Iବିଦ୍ୟାଳୟରେ ଛାତ୍ରୀ ମାନଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ ସହିତ ଆଧୁନିକ ପାଠାଗାର ବେଶ୍ ସହାୟକ ହେବ ବୋଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ତ୍ରିପାଠୀ ପ୍ରକାଶ କରିଛନ୍ତିI ତତ୍ ସହିତ ନୂତନ ଭାବେ ଅବସ୍ଥାପିତ ହୋଇଥିବା ବିଜ୍ଞାନଗାର ଛାତ୍ରୀମାନଙ୍କୁ ବୈଜ୍ଞାନିକ ଆଡକୁ ମନୋନିବେଶ କରିବ ବୋଲି ବରିଷ୍ଠ ଶିକ୍ଷୟତ୍ରୀ ଗୀତା ମହାନ୍ତ ମତ ରଖିଛନ୍ତି I ପୂର୍ବରୁ ଅଭାବ ରହିଥିବା ବିଭିନ୍ନ ଉପକରଣର ଆବଶ୍ୟକତାକୁ ବର୍ତମାନ ସମୟରେ ଛାତ୍ର ଛାତ୍ରୀ ମାନେ ଏହାର ସୁ ବିନିଯୋଗ କରିପାରିବେ ବୋଲି ଶିକ୍ଷକ ତଥା ଜିଲ୍ଲା ଜୁନିୟର ରେଡ କ୍ରସ୍ ଅଧିକାରୀ ସ୍ମୃତି ରଞ୍ଜନ ପାଣି ମତ ରଖିଛନ୍ତିI ଏହାକୁ ସଠିକ ଢଙ୍ଗରେ ସୁ ସଜ୍ଜିତ କରିବା ପାଇଁ ବି.ଡି.ଓ ସାଗର ମୂର୍ମୁ,ରାଇରଙ୍ଗପୁର ଆର ଏବଂ ବି ର ଏସ.ଡି.ଓ ଶ୍ୟାମ ସୁନ୍ଦର ହାଁସଦା, ଜେଇଇ ଶଶୀକାନ୍ତ ଜେନା, ସୁବ୍ରତ କୁମାର ବେହେରା, ଲଳିତ ମହାନ୍ତ,ସୌମିତି କୁମାର ବଳଙ୍କ ସଠିକ ସମୟରେ କାର୍ଯ୍ୟ ସଂମ୍ପନ୍ନ ହୋଇପାରିଛି I ବିଦ୍ୟାଳୟରେ ମୁଁ ମୋ ବିଦ୍ୟାଳୟକୁ ବହୁତ ଭଲ ପାଏ ବୋଲି ସାଇନ ବୋର୍ଡ ସହିତ ଏହି ନବ କଳେବର ପାଇଁ ଅଞ୍ଚଳ ବାସି ଓ ଅଭିଭାବକ ବୃନ୍ଦ ବେଶ ଖୁସି ଅଛନ୍ତି ବୋଲି ସି.ଆର.ସି.ସି ସୁଶାନ୍ତ କୁମାର ପରୀକ୍ଷା, ବିଦ୍ୟାଳୟର ଏସ.ଏମ.ସି ଚେୟାରମ୍ୟାନ ଗୀତାଞ୍ଜଳି ମହାନ୍ତ, ଉପ ସଭାପତି ତୋଫାନ ଖଡ଼ିରତ୍ନ, ସଦସ୍ୟା ଲଷ୍ମୀ ମହାନ୍ତ ପ୍ରମୁଖ ମତ ବ୍ୟକ୍ତ କରିଛନ୍ତି I

ରାଇରଙ୍ଗପୁର ଇପିଏ ରୁ ନିଗମାନନ୍ଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.