ଜବାହାର ନବୋଦୟ ବିଦ୍ୟାଳୟରେ 76 ତମ ସ୍ୱାଧୀନତା ଦିବସ ପାଳିତ
ସୁବର୍ଣ୍ଣପୁର:ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟରେ,76 ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ପ୍ରବଳ ବର୍ଷା ସତ୍ତ୍ୱେ ଛାତ୍ର ଛାତ୍ରୀ ମାନେ ଓ ଶିକ୍ଷକ ମାନେ ମୁଖ୍ୟ ଅତିଥି ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଜୋଲି ଟୋମି ଙ୍କୁ ସ୍ୱାଗତ ଜଣାଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ରଙ୍ଗା ରଙ୍ଗ ଦେଶ ଭକ୍ତି, ଗୀତ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଗାନ କରାଯିବା ସହ ବିଭିନ୍ନ ସ୍ଲୋଗାନ ମଧ୍ୟ ଦିଆଯାଇଥିଲା l Tableau ରେ ଛାତ୍ର ଛାତ୍ରୀ ମାନେ ଇନ୍ଦିରାଗାନ୍ଧୀ, ନେହେରୁ, ସୁବାଷ ଚନ୍ଦ୍ର ବୋଷ, ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ, ବାଳ ଗଙ୍ଗାଧର ତିଳକ, ଚନ୍ଦ୍ର ଶେଖର ଓ ଉଦ୍ଧମ ସିଂହ ଭୂମିକାରେ ଅବତୀର୍ଣ୍ଣ ହୋଇ ସେମାନଙ୍କର କହିଥିବା ଉକ୍ତି କୁ ଉଚ୍ଚାରଣ କରିଥିଲେ l ମୁଖ୍ୟ ଅତିଥି ଙ୍କ ଭାଷଣ ଅତ୍ୟନ୍ତ ହୃଦୟ ସ୍ପର୍ଶୀ ହୋଇ ଥିଲା l ଶ୍ରୀ ଦିଲ୍ଲୀପ କୁମାର ବଡତ୍ୟା ମଞ୍ଚ ପରିଚାଳନା କରିଥିଲେ l 485 ଜଣ ଛାତ୍ର ଛାତ୍ରୀ ଓ ସମସ୍ତ ଶିକ୍ଷକ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ସ୍ୱାଧୀନତା ଦିବସ କୁ ସଫଳତାର ସହ ପାଳନ କରିଥିଲେ l କାର୍ଯ୍ୟକ୍ରମ ର ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )