9 ମାସ ର ଶିଶୁ କୁ ଚିକିତ୍ସା ସହାୟତା

0 6

ଏ ଛୁଆ ପୁଅ ଟି ହେଉଛନ୍ତି ରତିକାନ୍ତ ଜେନା, ବୟସ – 9 ମାସ, ପିତା – କୈଳାସ ଚନ୍ଦ୍ର ଜେନା, ଗ୍ରାମ – ବେଣିପୁର, ପୋଷ୍ଟ – କୁମୁଦଜୟପୁର, ଥାନା – ମାହାଙ୍ଗା, ଜିଲ୍ଲା – କଟକ

ଏହି ପିଲା ର ହୃଦୟର ବାମ ଏବଂ ଡାହାଣ ପାର୍ଶ୍ଵ ରେ ଦୁଇଟି ଛିଦ୍ର ଅଛି l ଏହା 3mm ରୁ 2 ମାସ ଭିତରେ ବଢ଼ିକି 4mm ହୋଇଗଲାଣି l ସେ ଏବେ ଭୁବନେଶ୍ୱର ର ଏମ୍ସ ହସ୍ପିଟାଲ ରେ ଚିକିତ୍ସାଧୀନ l ଏମ୍ସ ର ଡାକ୍ତର ଙ୍କ କହିବା ଅନୁସାରେ ତାଙ୍କୁ ବାଙ୍ଗାଲୋର ର ସତ୍ୟ ସାଇ ହସ୍ପିଟାଲରେ ଅପରେସନ କଲେ ଭଲ ହୋଇପାରିବ l ଯେହେତୁ ପିଲାଟି ଅକ୍ସିଜେନ ରେ ଅଛି, ସେଥିପାଇଁ ସେହିପରି ଏକ ଆମ୍ବୁଲାନ୍ସ ରେ ନେବାକୁ ପଡିବ l

ବାପା ତାଙ୍କର ଗ୍ରାମ ରେ ଛୋଟ ଗାଡି ଚଳାଇ ପରିବାର ପୋଷଣ କରନ୍ତି l ଗତ ଦୁଇମାସ ର ଚିକିତ୍ସା ଭିତରେ ଯାହା ଧନରାଶି ଥିଲା ଖର୍ଚ୍ଚ ହୋଇଗଲାଣି l ବର୍ତ୍ତମାନ ସମସ୍ତଙ୍କୁ ତାଙ୍କ ପୁଅ ର ଜୀବନ ବଞ୍ଚାଇବାପାଇଁ ଅନୁରୋଧ କରିଛନ୍ତି l

ଏହି ଖବର ପାଇ, ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ସଦସ୍ୟ ସଦସ୍ୟା ମାନେ ଏମ୍ସ ହସ୍ପିଟାଲ ଯାଇ ତାଙ୍କୁ ୩୦,୦୦୧ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ଅନୁଷ୍ଠାନ ତରଫରୁ ସମସ୍ତ ଦାତା ମାନଙ୍କୁ ସହୃଦୟ ଧନ୍ୟବାଦ ପ୍ରଦାନ କରାଯାଇଛି ଯାହାଦ୍ୱାରା ଏହି ଶିଶୁ ର ଜୀବନ ବଂଚାଇବାରେ କିଛି ମାତ୍ରାରେ ସହାୟକ ହୋଇପାରିବ l

ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ଅନୁଷ୍ଠାନର ତରଫରୁ ଶୁଭକାନ୍ତ ସାମଲ, ମାନସ ଥାଟୋଇ, ସୁଧାଂଶୁ ନାୟକ, ପ୍ରଶାନ୍ତ ନାୟକ, ବିପିନ ସାହୁ ଏବଂ ଶ୍ୱେତପଦ୍ମା ପ୍ରମୁଖ ଏହି କାଯ୍ୟକ୍ରମ ରେ ଯୋଗଦାନ ଦେଇ ପିଲାର ଆଶୁ ଆରୋଗ୍ୟ କାମନା କରିଥିଲେ l
ଜନସାଧାରଣ ଙ୍କୁ ଅନୁରୋଧ କରାଯାଉଛି, ଯେଉଁମାନେ ଏହି ପିଲାର ଆରୋଗ୍ୟ ପାଇଁ କିଛି ସାହାଯ୍ୟ କରିବାକୁ ଚାହୁଁଥିବେ ତାହେଲେ ତଳେ ଦିଆଯାଇଥିବା ମାଧ୍ୟମରେ ସାହାଯ୍ୟ କରିପାରିବେ l

Google Pay / Phone Pay No- 9178432175

Name of A/c Holder (Father)- Kailash Chandra Jena,
Bank – State Bank of India
A/c No- 30405265976
IFSC – SBIN0008088
Branch – Chasakhanda

ଇପିଏ ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.