ପୁରୀ ରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତରେ ୯୫୮୧ ଗୋଟି ମାମଲା ଫଇସଲା କରାଯାଇ , ୪,୩୮,୪୨,୮୬୬ ଟଙ୍କା ଆଦାୟ କରାଯାଇଛି
ପୁରୀ: ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷ ରୁ ପୁରୀ ସମେତ ନିମାପଡା, ପିପିଲି , କୋଣାର୍କ, ବ୍ରହ୍ମଗିରି , ଓ କଣାସ ଅଦାଲତରେ ଅନୁଷ୍ଠିତ ହୋଇଛି। ସେଥିରେ ୯୫୮୧ ଗୋଟି ମକଦ୍ଦମା ଫଇସଲା କରାଯିବା ସହ ଜୋରିମାନା ବାବଦକୁ ଟ ୪,୩୮,୪୨,୮୬୬ ଙ୍କା ଆଦାୟ କରାଯାଇଛି। ୭୮ ଗୋଟି ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାର ସମାଧାନ କରାଯାଇଛି। ଟ ୨,୮୦,୨୪,୦୦୦ ଙ୍କା କ୍ଷତି ପୂରଣ ପ୍ରଦାନ ପାଇଁ ବିମା କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ ଶ୍ରୀଯୁକ୍ତ ରାଜ କିଶୋର ଲେଙ୍କା କାର୍ଯ୍ୟକ୍ରମ ଉଦ୍ଘାଟିତ କରିଥିଲେ। ଜିଲ୍ଳା ଆଇନ୍ ସେବା ପ୍ରାଧିକରଣ ପକ୍ଷ ରୁ ଲୋକ ଅଦାଲତ ଆୟୋଜନ କରାଯାଇଥିଲା। ସ୍ଥାୟୀ ଲୋକ ଅଦାଲତ ର ଅଧକ୍ଷା ସୁଶ୍ରୀ ପ୍ରତିମା ପଣ୍ଡା , ପରିବାର ଅଦାଲତ ବିଚାରପତି ଶ୍ରୀଯୁକ୍ତ ଅରୁଣ କୁମାର ମଲ୍ଲିକ, ୨ୟ ଅତିରିକ୍ତ ଜିଲ୍ଲା ଦୌରାଜଜ ଶ୍ରୀଯୁକ୍ତ ଅମିୟ ରଞ୍ଜନ ଜେନା, ମୂଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ପ୍ରିତିସ କୁମାର ରାଉତରାୟ , ବରିଷ୍ଟ ଅଦାଲତ ବିଚାରପତି ଶ୍ରୀଯୁକ୍ତ ରାଣା ଘୋଷ , ଅତିରିକ୍ତ ବରିଷ୍ଟ ଦେୱାନି ଅଦାଲତ ବିଚାରପତି ଶ୍ରୀଯୁକ୍ତ ଦେବାଶିଷ ବିଶୋଇ , ଦେୱାନି ଅଦାଲତ ବିଚାରପତି ଶ୍ରୀଯୁକ୍ତ ମନୀନ୍ଦ୍ର ଭୂଷଣ ସାହୁ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ତନ୍ମୟ ରଞ୍ଜନ ଦାସ, ଶ୍ରୁତି କୃତି ଆର୍ଚାଯ୍ୟ ୨ୟ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଶ୍ରୀ ପଲ୍ଲବୀ ଦାସ, ଡି. ଐସ୍ଵୟା ମୋକଦ୍ଦମା ଗୁଡ଼ିକର ଫଇସଲା କରିଥିଲେ। ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଶ୍ରୀଯୁକ୍ତ ଦେବାଶିଷ ଦାସ ପରିଚାଳନା କରିଥିଲେ।
ପ୍ରକାଶ ଥାଉକି ଏହି ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ରେ ୮୯୬୨ ଗୋଟି ରାଜସ୍ବ ମାମଲାର ଫଇସଲା କରାଯାଇ ଟ ୩,୩୨,୬୬,୯୮୧ ଙ୍କା ଆଦାୟ କରାଯାଇଛି ଏବଂ ପ୍ରାକ୍ ମକଦ୍ଦମା ସ୍ତରୀୟ ( କଚେରୀରେ ଦୟାର ହୋଇନଥିବା) ବ୍ୟାଙ୍କ ଋଣ ବିବାଦ ୧୩୯ ଗୋଟି ଆଗତ କରାଯାଇ ୭୮,୬୬,୭୫୩ ଟଙ୍କା ଆଦାୟ କରାଯାଇଛି।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )