ମଧୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ବ୍ରହ୍ମପୁର ସାମ୍ବାଦିକ ମାନଙ୍କ ପକ୍ଷରୁ ଏକ ଶୋକସଭା

0 41

ବ୍ରହ୍ମପୁର: ସ୍ଥାନୀୟ ଗାନ୍ଧୀନଗର ଛକ ଠାରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ବ୍ରହ୍ମପୁର ସାମ୍ବାଦିକ ମାନଙ୍କ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଛି। ପ୍ରକାଶ ଯୋଗ୍ୟ ଯେ, ଗତ କାଲି ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ ଘଟିଥିବା ଛାତି ଥରା ଟ୍ରେନ ଦୁର୍ଘଟଣାରେ ଜୀବନ ହରାଇଥିବା ଯାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା ଉଦ୍ଦେଶ୍ୟରେ ସାମ୍ବାଦିକ ମାନଙ୍କ ଦ୍ଵାରା ଏକ କ୍ୟାଣ୍ଡେଲ ଶୋଭାଯାତ୍ରାକରିବା ସହ ଦୁଇ ମିନଟ ନୀରବ ପ୍ରାର୍ଥନା କରିଥିଲେ। ଏହି ଅବସରରେ ଉଦ୍ଧାର ସମୟରେ ସ୍ଥାନୀୟ ସାମ୍ବାଦିକ ଓ ଜନ ସାଧାରଣଙ୍କ ଭୂମିକାକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ। ସେହିପରି ଉକ୍ତ ଦୁର୍ଘଟଣା ସମୟରେ ବାଲେଶ୍ଵରରେ ଯେଉଁଭଳି ଭାବେ ରକ୍ତର ଅଭାବକୁ ଦୂର କରିବା ପାଇଁ ଜନ ସାଧାରଣ ହାତ ବଢ଼ାଇ ଥିଲେ ତାହାକୁ ମଧ୍ୟ ପ୍ରଶଂସା କରିଥିଲେ। ଏହା ସହିତ ଆଗାମୀ ବୁଧବାର ଦିନ ରକ୍ତ ସଙ୍କଟ ଦୂର କରିବା ପାଇଁ ବ୍ରହ୍ମପୁର ପ୍ରେସ କ୍ଲବ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ମତ ବ୍ୟକ୍ତ କରିଥିଲେ। ଆଜିର ଏହି ଶୋକ ସଭାରେ ସାମ୍ବାଦିକ ଗୋପାଳ ପଟ୍ଟନାୟକ, ଜଗନ ମୋହନ ମହାପାତ୍ର, ମନୋଜ କାନ୍ତ ଦାସ, ନାରାୟଣ ମହାଙ୍କୁଡ଼, ସମୀର ଆଚାର୍ଯ୍ୟ, ସୁଦୀପ ସାହୁ, ଶିବରାମ ଚୌଧୁରୀ, ଦଣ୍ଡପାଣି ପ୍ରଧାନ, ଆଶିର୍ବାଦ ରାଉତ, ଅଭିଜିତ କର ଗୋପାଳ ରେଡ୍ଡୀ, ପିତାମ୍ବର ନାହାକ, ସନ୍ୟାସୀ ଗୌଡ଼, ସୁବ୍ରମଣ୍ୟମ ସ୍ୱାମୀ, କିରଣ ମିଶ୍ର, ସ୍ଵାଧୀନ ସାହୁ, ଉମା ଶଙ୍କର ମିଶ୍ର, ଶିବ ପଣ୍ଡା, ଅନନ୍ତ ରାମ ପ୍ରଧାନ, ଶୁଭେନ୍ଦୁ ସାହୁ, ସଞ୍ଜୟ ସାହୁ, ଲଡୁ କିଶୋର ପାତ୍ର, ହିମାଂଶୁ ସାବତ, ଗୌରୀ ଶଙ୍କର ମିଶ୍ର, ନିର୍ମଳ ସାହୁ, ପ୍ରଶାନ୍ତ ପ୍ରତିନିଧି, ରୂପକ ମହାନ୍ତି, ଦୟାନନ୍ଦ ସାହୁ, ଝିଲି ସାହୁ, ବିଘ୍ନରାଜ ମହାପାତ୍ର, ସୁଶାନ୍ତ ସାବତ, ମହେଶ ତ୍ରିପାଠୀ, ଅନିଲ ପାତ୍ର, କାାଳୀ ପ୍ରସାଦ ରଥ, ଅନନ୍ତ ଆପଟ, ନରସିଂହ ଡାକୁଆଙ୍କ ସମେତ ବହୁ ସାମ୍ବାଦିକ ଓ ସ୍ଥାନୀୟ ବାସିନ୍ଦା ମାନେ ଉପସ୍ଥିତ ଥିଲେ ।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.