ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

0 21

ବ୍ରହ୍ମପୁର : ପାଣିଗ୍ରାହୀ ପେଣ୍ଠ ଅଞ୍ଚଳ ଚୈତନ୍ୟ ନଗର ସାହି ସ୍ଥିତ ଆର୍.କେ. ଟ୍ୟୁଟରିଆନ୍ସ ଶିକ୍ଷାନଷ୍ଠାନ ତରଫରୁ ସୋମବାର ସନ୍ଧ୍ୟାରେ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଠାରେ ପାଠ ପଢୁଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ସମାପ୍ତ ପରେ ସେମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।

ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ନିର୍ଦ୍ଦେଶକ ରାଜେଶ ତାରିଣୀ କାର୍ଯ୍ୟକ୍ରମ ସଭାପତିତ୍ବ କରିଥିବା ବେଳେ, ଅନୁଷ୍ଠାନର ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ପରିଚାଳନରେ ସହଯୋଗ କରୁଥିଲେ । ଏହି ଅବସରରେ ବହୁ ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ସହ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଛି ।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.