ବନ୍ଧୁକ ଦେଖାଇ ମାଓବାଦୀ ନାମରେ ଟଙ୍କା ମାଗି ଜଣେ ଗିରଫ

0 13

କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅଂଚଳରେ ମାଓବାଦୀ ନାମରେ ବନ୍ଧୁକ ଦେଖାଇ ଟଙ୍କା ମାଗି ଜଣେ ଗିରଫ ହୋଇଥିବା ବିଷୟ ଏବେ ଚର୍ଚ୍ଚା ର ବିଷୟ ହୋଇଛି। ସୂଚନା ଅନୁଯାୟୀ, ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ପିତାଗୁଡା ଗ୍ରାମର ସୁଶାନ୍ତ ମାଝି ନାମକ ଜଣେ ଯୁବକ ମୋହନ ପ୍ରଧାନ ନାମକ ଵ୍ୟକ୍ତି ଙ୍କୁ ବନ୍ଧୁକ ଦେଖାଇ ମାଓବାଦୀ ନାମରେ ଭୟଭୀତ କରି ଟଙ୍କା ମାଗୁଥିବା ଘଟଣା ଗୋଳାମୁଣ୍ଡା ଥାନାରେ ଅଭିଯୋଗ ହୋଇଥିଲା।
ଗିରଫ ଯୁବକ ଜଣକ ହେଲେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଞ୍ଚଳରେ ଥିବା ପିତାଗୁଡା ଗ୍ରାମର ସୁବାଷ ମାଝୀ (୩୪) । ଯୁବକ ଠାରୁ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଛି ଗୋଲାମୁଣ୍ଡା ଓ ଦଶପୁର ପୋଲିସ । ପ୍ରକାଶ ଥାଉକି ମାଓ ପ୍ରବଣ ଅଞ୍ଚଳ ପିତାଗୁଡା ଗ୍ରାମରେ ଗୋଟିଏ ବ୍ରିଜି ତିଆରି ହେଉଛି, ଉକ୍ତ ବ୍ରିଜି ଠିକାଦାର ହେଉଛି ଫରଙ୍ଗ ଗ୍ରାମର ମୋହନ ପଧାନ l ଉକ୍ତ ଠିକାଦାରଙ୍କୁ ଦେଶୀ ବନ୍ଧୁକ ଦେଖାଇ ସୁବାଷ ମାଝୀ ଦାଦାବଟି ମାଗିବା ଓ ନଦେଲେ ମାଓ ବାଦୀଙ୍କୁ ଖବର ଜଣାଇବି ବୋଲି ଧମକ ଚମକ କହିବାରୁ ଠିକାଦାର ମୋହନ ପଧାନ ଭୟରେ ଦଶପୁର ଫାଣ୍ଡିରେ ଅଭିଯୋଗ କରିଥିଲେ । ଗୋଲାମୁଣ୍ଡା ଥାନା ଅଧିକାରୀ ଯୁଗଳ ଶବର ଓ ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ଏବଂ ପୋଲିସ ଦଳବଳ ସହ ଯାଇ ଅଭିଯୁକ୍ତ ସୁବାଷ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

କଳାହାଣ୍ଡି ଇପିଏ ରୁ ଵିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.