ସ୍ୱାସ୍ଥ୍ୟ ବିଭାଗ ଓ ଭାରତୀୟ ଜୀବନ ବୀମା ନିଗମ ସୋନପୁର ଓ ସମ୍ବଲପୁର ମଣ୍ଡଳ ର ବୈଠକ ଅନୁଷ୍ଠିତ

0 5

ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଙ୍କ ନିର୍ଦ୍ଦେଶରେ ଓ ଏ ଡି ଏମ ଓ ଦତ୍ୟ ପାଠୀ ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ସ୍ବାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ସ୍ବାସ୍ଥ୍ୟ ବିଭାଗ ଓ ଭାରତୀୟ ଜୀବନ ବୀମା ସୋନପୁର ଓ ସମ୍ବଲପୁର ମଣ୍ଡଳର ମିଳିତ ସହଯୋଗରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଭାରତୀୟ ଜୀବନ ବୀମା ସମ୍ବଲପୁର ମଣ୍ଡଳର ବରିଷ୍ଠ ମଣ୍ଡଳ ପ୍ରବନ୍ଧ ଧିକାରୀ ଶ୍ରୀଯୁକ୍ତ ବିଏଲ୍ ଦାସ , ପ୍ରବନ୍ଧ ବିକ୍ରୟ ଅଧିକାରୀ ଭରତ ଚନ୍ଦ୍ର ପଣ୍ଡା, ଉପସ୍ଥିତ ଥିଲେ । ଶ୍ରୀଯୁକ୍ତ ଦାସ କହିବା ଅନୁସାରେ ଭାରତ, ଓଡ଼ିଶା ତଥା ସୁବର୍ଣ୍ଣପୁର ଜିଲ୍ଲା ରେ ଜଳ ଅସୁବିଧା ନ ହେବ ଓ ପରିବେଶ ପ୍ରଦୁଷିତ କିପରି ନହେବ ତା ଉପରେ ଅତିଥି ମାନେ ଆଲୋଚନା କରିଥିଲେ । ଏହି ବୈଠକ ରେ ଭାରତୀୟ ଜୀବନ ବୀମା ର ସୋନପୁର ଶାଖା ପ୍ରବନ୍ଧ ଅଧିକାରୀ ପ୍ରଦୀପ କୁମାର ମଲ୍ଲିକ, ସୌମ୍ୟାଶ୍ରୀ ପଣ୍ଡା, ଅଭିନିଶ ଅଗ୍ରୱାଲ, ଧିରଜ କୁମାର ତ୍ରିପାଠୀ,ଙ୍କ ସମେତ ଅନ୍ୟ ସହଯୋଗୀ ଉପସ୍ଥିତ ଥିଲେ ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.