ଶ୍ରୀମନ୍ଦରରେ ଶ୍ରୀବିଗ୍ରହ ମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ

0 26

ସୋମବାର ତଥା ଶ୍ରାବଣ-ଶୁକ୍ଳ ଚତୁର୍ଥୀ ତିଥିରେ ଶ୍ରୀମନ୍ଦରରେ ଶ୍ରୀବିଗ୍ରହ ମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ ।ଏଣୁ ପରମ୍ପରା ଅନୁଯାୟୀ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ନୀତି ଶେଷ ପରେ ସର୍ବସାଧାରଣ ଦର୍ଶନ ଅପରାହ୍ନ ୪.୦୦ ଟା ରୁ ରାତ୍ର ଘ.୮.୦୦ ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଦଇତାପତି ସେବକ ମାନେ ଏହି ନୀତି ଅତି ଗୁପ୍ତ ଭାବେ କରିଥାନ୍ତି। ଶ୍ରୀବିଗ୍ରହ ମାନଙ୍କ ଶ୍ରୀପୟର ର ସୁରକ୍ଷା ପାଇଁ କେତେକ ଗୁପ୍ତ ସେବା ହୋଇଥାଏ। ଏହାକୁ ଖସାପଡ଼ା ନୀତି କୁହାଯାଏ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.