ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସଚେତନତା ଶିବିର ଅନୁଷ୍ଠିତ

0 29

ନୂଆପଡା : ପଶ୍ଚିମ ଓଡିଶା ବାର୍ତ୍ତା(ଡେନିସ ରାଏ)-ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ବିକାଶ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଘରେଘରେ ପହଞ୍ଚାଇବା ଲକ୍ଷ୍ୟରେ ନୂଆପଡା ଜିଲ୍ଲା ଅନ୍ତର୍ଗତ ସମସ୍ତ ଗ୍ରାମପଞ୍ଚାୟତରେ ଶିବିର ଚାଲିଥିବା ବେଳେ ବିଶୋରା ଗ୍ରାମପଂଚାୟତରେ ଜନସଚେତନତା ଶିବିର ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି। ନୂଆପଡା ବ୍ଲକ ଚ୍ୟାରମେନ ଶ୍ରୀମତୀ ତାରେଶ୍ୱରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନବୀନ ବାବୁଙ୍କ ନେତୃତ୍ଵରେ ଓଡ଼ିଶାର ମାନଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି। ଯେଉଁ ପଟେ ଦେଖିବ ବିକାଶର ମାଇଲଖୁଣ୍ଟ ଛିଡ଼ା ହୋଇଛି ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଲିଲେଶ୍ୱରୀ ଡନସନା, ସମିତି ସଭ୍ୟା ଟିକେଶ୍ୱରୀ ମାଝୀ,ପିଇଓ ସୁବ୍ରତ ପ୍ରଧାନ ଯୋଗଦାନ କରିଥିବାବେଳେ, ମୁଖ୍ୟବକ୍ତା ଭାବେ ସୁରେଶ ଆଚାରି,ରାମଲାଲ ହଂସ ଯୋଗଦାନ କରି ବିଜେଡି ସମୟରେ ନବୀନ ବାବୁଙ୍କ ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ।ଠିକ ସେହିପରି କୁଲିଆବନ୍ଧା ଗ୍ରାମପଂଚାୟତରେ ଆୟୋଜିତ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସନ୍ତରାମ ପାଣ୍ଡେ, ସମିତି ସଭ୍ୟ କେଶରୀ ମାଝୀ ଯୋଗଦାନ କରିଥିବା ବେଳେ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ସରପଞ୍ଚ ହିରାଲାଲ ପଟେଲ,ପିଇଓ ଶ୍ୟାମସିଂ ମାଝୀ, ମୁଖ୍ୟବକ୍ତା ଭାବେ ରାମଲାଲ ହଂସ ଏବଂ ସୁରେଶ ଆଚାରି ଯୋଗଦାନ କରି ନବୀନ ସରକାରଙ୍କ ଜନହିତକର ଲୋକାଭିମୁଖୀ ଯୋଜନା ସମ୍ପର୍କରେ ନିଜ ନିଜର ମତପ୍ରଦାନ କରିଥିଲେ। ଆୟୋଜିତ ଶିବିରରେ ହଜାର ସଂଖ୍ୟକ ସମାଗମ ଦେଖିବାକୁ ମିଳିଥିଲା l

ନୂଆପଡା ଜିଲ୍ଲା ଈପିଏରୁ ଡେନିସ ରାୟ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave A Reply

Your email address will not be published.