ଦିଆସିଲି କାଠି ରେ ଅଯୋଧ୍ୟା ରାମ ମନ୍ଦିର ର ପ୍ରତିକୃତି
ପବିତ୍ର ରାମ ନବମୀ ଅବସର ରେ ଯୁବ ଚିତ୍ରଶିଳ୍ପୀ ଙ୍କ ନିଆରା କଳାକୃତି । ଦିଆସିଲି କାଠି ରେ ତିଆରି କଲେ ଅଯୋଧ୍ୟା ରାମ ମନ୍ଦିର ର ପ୍ରତିକୃତି । ମୋଟ 14 ଶହ 23 ଟି ଦିଆସିଲି କାଠି ରେ 24 ଇଂଚ ଓସାର ଓ 35 ଇଂଚ ଲମ୍ବ ରହିଛି ଏହି ରାମ ମନ୍ଦିର କଳାକୃତି ରେ ।
ପୁରୀ କୁମ୍ଭାର ପଡା ର ନିବାସୀ ସୁଦର୍ଶନ ସାହୁ ଙ୍କ ପୁଅ ଯୁବ ଚିତ୍ରଶିଳ୍ପୀ ଶ୍ୱାସତ ରଂଜନ ସାହୁ ଏହି ନିଆରା କଳାକୃତି କୁ ଦିଆସିଲି କାଠି ରେ ତିଆରି କରିଛନ୍ତି । ସେ ଏହି କଳାକୃତି କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଦେବା ନେଇ ତାଙ୍କର ଇଚ୍ଛା ରହିଛି । ଏହି ଦିଆସିଲି କାଠି ରାମ ମନ୍ଦିର କଳାକୃତି କୁ ନେଇ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଇଛି ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )