କୁଡୁମି ସେନାର ଏକ ସମୀକ୍ଷା ବୈଠକ

0 9

କୁଡୁମି ସେନାର ଏକ ସମୀକ୍ଷା ବୈଠକ ବାଙ୍ଗିରିପୋଷି ଠାରେ ଅନୁଷ୍ଠିତ ହୋଇଯାଇଛି। କୁଡ଼ୁମୀ ସେନାର ପ୍ରତିଷ୍ଠାତା ସଭାପତି ଶ୍ରୀ ଜୈମୁନି କୁମାର ମହାନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୟୂରଭଞ୍ଜ,କେନ୍ଦୁଝର, ବାଲେଶ୍ଵର, ଯାଜପୁର ପ୍ରଭୃତି ଜିଲ୍ଲା ରୁ ନେତୃବୃନ୍ଦ ଯୋଗଦେଇଥିଲେ।ବୈଠକରେ ବିଗତଦିନର ଆନ୍ଦଳାତ୍ମକ କାର୍ଯ୍ୟକ୍ରମ ସମୂହରେ ସମୀକ୍ଷା କରାଯିବା ସାଙ୍ଗକୁ କୁଡୁମୀ ସେନାର ଭବିଷ୍ୟତ କାର୍ଯ୍ୟପନ୍ଥା ମଧ୍ୟ ନିର୍ଦ୍ଧାରିତ ହୋଇଥିଲା । କୁଦୁମୀ ଜାତିକୁ ଆଦିବାସୀ ବର୍ଗରେ ପୂନଃ ସାମିଲ ନ କରାଯିବା ପର୍ଯ୍ୟନ୍ତ କୁଡ଼ିମୀ ସେନା ପକ୍ଷରୁ ଏକ ଦଶନ୍ଧି ଧରି ଜାରି ରହିଥିବା ଆନ୍ଦୋଳନ କୁ ଆଗାମୀଦିନରେ ଆହୁରୀ ବ୍ୟାପକ କରାଯିବାପାଇଁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା।

ଏହି କ୍ରମରେ ଆସନ୍ତା ସେପ୍ଟେମ୍ବର ୬ତାରିଖରକୁ କୁଡ଼ିମୀ ସେନା ପକ୍ଷରୁ ବିଗତ ବର୍ଷ ମାନଙ୍କ ପରି ଏହିବର୍ଷ ମଧ୍ୟ କଳାଦିବସ ଭାବେ ପାଳନ କରାଯିବ। ସେହିପରି ଝାଡଖଣ୍ଡ, ପଶ୍ଚିମବଙ୍ଗ, କୁଡୁମୀ ଆନ୍ଦୋଳନ କାରୀଙ୍କ ସହିତ କୁଡ଼ୁମୀ ସେନା ପକ୍ଷରୁ ହୋଇଥିବା ସମନ୍ନୟ ବୈଠକରେ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ସେପ୍ଟେମ୍ବର ୨୦ତାରିଖ ଦିନ ଉକ୍ତ ଦୁଇ ରାଜ୍ୟ ସମେତ ଓଡିଶା ର ମଧ୍ୟ ବିଭିନ୍ନ ସ୍ଥାନରେ ରେଲ ରକ କରାଯିବା ପାଇଁ ଘୋଷଣା କରାଯାଇଥିଲା ଏହି ରେଳରୋକ ଅନ୍ଦଳନୋକୁ ସଫଲ କରିବା ପାଇଁ ଏକ କାର୍ଯକାରୀ କମିଟି ମଧ୍ୟ ଗଠନ କରାଯାଇଥିଲା ଆଜି ର ଏହି ବୈଠକ ରେ ଜୟମୁନି କୁମାର ମହାନ୍ତ, ଡମ୍ରୁରୁଧର ମହାନ୍ତ, ସାଇରାମ୍ ମହାନ୍ତ ବଳଭଦ୍ର ମହାନ୍ତ, ଉପେନ୍ଦ୍ର ମହାନ୍ତ, ଅରୁଣ ମହାନ୍ତ, ନବକୃଷ୍ଣ ମହାନ୍ତ, ରଞ୍ଜନ ମହାନ୍ତ, ଖଗେଶ୍ୱର ମହାନ୍ତ, ସ୍ନେହାଶିସ ମହାନ୍ତ, ମହିଳା ସେନା ର ସୂଜାତ ମହାନ୍ତ, ନିରୁପମା ମହାନ୍ତ, ଶକୁନ୍ତଳା ମହାନ୍ତ , ସୌଭାଗ୍ୟ ମହାନ୍ତ ଛାତ୍ର ସେନା ର ବରୁଣ ମହାନ୍ତ, ଗୌତମ ମହାନ୍ତ, ତପନ ମହାନ୍ତ, ପଶୁପତି ମହାନ୍ତ, ରାଧା ମହାନ୍ତ, ହିରାଲାଲ ମହାନ୍ତ, ପ୍ରମୁଖ ଉଦବୋଧନ ଦେଇ ଆସନ୍ତା ଦିନ ମାନଙ୍କରେ ହେବାକୁଥିବା ଆନ୍ଦୋଳନାତ୍ମକ କାର୍ଯ୍ୟକୁ ସଫଳ କରିବାପାଇଁ ଆହ୍ବାନ ଦେଇଥିଲେ।

ମୟୂରଭଞ୍ଜ ଜିଲ୍ଲାରୁ ମାନଗୋବିନ୍ଦ ପାଣିଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.