ଗଜପତି ଜିଲ୍ଲା ମାଛମରା ଗ୍ରାମରେ ନିମ୍ବଗଛରୁ କ୍ଷୀର ବାହାରୁଛି
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ ମାଛମରା ଗ୍ରାମ ନିକଟରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । ମାଛମରା ଗ୍ରାମ ନିକଟରେ ଥିବା ଚାଷଜମିରେ ଥିବା ୨ଟି ନିମ୍ବଗଛରୁ ତିନିଦିନ ହେଲା କ୍ଷୀର ବାହାରିବା ବାହାରୁଛି । ନିମ୍ବଗଛର ଯେଉଁ ସ୍ଥାନରୁ କ୍ଷୀର ବହୁଛି ସେଠାରେ ଶଦ୍ଦ ବାହାରୁଛି । ଏହି ଘଟଣା ପ୍ରଘଟ ହେବା ପରେ ଆଖପାଖ ଗ୍ରାମବାସୀ ଉକ୍ତ ନିମ୍ବଗଛରେ ଦେବାଦେବୀ ଆବିର୍ଭାବ ହୋଇଛନ୍ତି ବୋଲି ବିଶ୍ୱସ କରି ପୂଜାର୍ଚ୍ଚନା କରୁଛନ୍ତି ।
ଏହାକୁ ଦେଖିବା ପାଇଁ ଗଜପତି ଜିଲ୍ଲା ସମେତ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସିବାରେ ଲାଗିଛନ୍ତି । କିଛି ସ୍ଥାନୀୟ ବାସିନ୍ଦା ପ୍ରଥମ ଥର ପାଇଁ ସେହି ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖୁଛନ୍ତି ବୋଲି କହିଛନ୍ତି ।
ଗଜପତି ଇପିଏ ରୁ ଦିଲୀପ ଶତପଥି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )