ଗଜପତି ସ୍କୁଲ ଏଣ୍ଡ କଲେଜ ଅଫ ନର୍ସିଂରେ ଛାତ୍ରୀଙ୍କ ସନ୍ଦେହଜନକ ଅବସ୍ଥାରେ ଝୁଲନ୍ତା ଶବ ଉଦ୍ଧାର


ଗଜପତି :ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରୁ ୪କିମି ଦୂରରେ ଥିବା ଗଜପତି ସ୍କୁଲ ଏଣ୍ଡ କଲେଜ ଅଫ ନର୍ସିଂର ଲେକ୍ଚର ରୁମ-୧ରେ ଛାତ୍ରୀଙ୍କ ମୃତ ଶରୀର ସନ୍ଦେହଜନକ ଭାବେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ମୃତ ଛାତ୍ରୀ ଜଣକ ନାମ ଅଖିଳା ବେହେରା ସେ ବିଏସଏସି ନର୍ସିଂର ପ୍ରଥମ ବର୍ଷରେ ଅଧ୍ୟୟନରତ ଥିଲେ । ତାଙ୍କ ନିଜ ଘର ଗଞ୍ଜାମ ଜିଲ୍ଲା ଗୋପାଳପୁର ନିକଟସ୍ଥ ବନ୍ଦର ଗ୍ରାମରେ ଏବଂ ସେ ଗଜପତି ସ୍କୁଲ ଏଣ୍ଡ କଲେଜ ଅଫ ନର୍ସିଂ ଛାତ୍ରୀ ନିବାସରେ ରହି ପଢୁଥିଲେ । ଏ ସମ୍ପର୍କରେ ଖବର ପାଇ ଆଦର୍ଶ ଥାନା ପାରଳାଖେମୁଣ୍ଡି ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ତାପରେ ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାମକୃଷ୍ଣ ପତି ସେଠାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ପରେ ପୋଲିସ ସନ୍ଧାନୀ କୁକୁର ଓ ଅପରାଧ ଅନୁସନ୍ଧାନ ଦଳ(ଫୋରେନ୍ସିକ ଟିମ୍) ପହଞ୍ଚି ପ୍ରମାଣ ସଂଗ୍ରହ କରିଥିଲା । କିନ୍ତୁ ଗଣମାଧ୍ୟମ ପ୍ରତିନିଧିଙ୍କୁ କଲେଜ କର୍ତ୍ତୃପକ୍ଷ ଓ ପୋଲିସ ଭିତରକୁ ପ୍ରବେଶକୁ ବାରଣ କରିଥିଲା । ମୃତ ଛାତ୍ରୀଙ୍କ ବାପା ଗଣେଷ ଚନ୍ଦ୍ର ବେହେରା ଓ ତାଙ୍କ ପରିବାର ବର୍ଗ ମାଧ୍ୟାହ୍ନ ପ୍ରାୟ ୧ଘଣ୍ଟା ସମୟରେ ସେଠାରେ ପହଞ୍ଚିବା ପରେ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ଗଣମାଧ୍ୟମକୁ କହିଥିଲେ । ତାପରେ ସେ ତାଙ୍କ ପରିବାର ବର୍ଗ ଯେଉଁ କୋଠରୀରେ ତାଙ୍କ ଝିଅଙ୍କ ଶବ ଛାତର ହୁକ୍ରେ ଝୁଲି ରହିଥିଲା ସେଠାକୁ ଯାଇ ଦେଖିଥିଲେ । ଗଣମାଧ୍ୟମ ପ୍ରତିିନିଧି ମାନଙ୍କୁ କାହିଁକି ଭିତରକୁ ଯାଉନାହାନ୍ତି ବୋଲି ପଚାରିଥିଲେ । ତାର ପ୍ରତ୍ତ୍ୟୁତରରେ କଲେଜ କର୍ତ୍ତୃପକ୍ଷ ଘଟଣା ସ୍ଥଳକୁ ଯିବା ମୁଖ୍ୟ ରାସ୍ତାରେ ଥିବା ଫାଟକରେ ତାଲା ପକାଇବା ସହ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ନିୟୋଜିତ କରି ଭିତରେ ପ୍ରବେଶ କରିବାକୁ ବାରଣ କରିଛନ୍ତି ବୋଲି ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧି ମାନେ କହିଥିଲେ । ତାପରେ ମୃତ ଛାତ୍ରୀଙ୍କ ବାପା ଓ ତାଙ୍କ ପରିବାରବର୍ଗ ସେମାନଙ୍କ ସାଙ୍ଗରେ ଗଣମାଧ୍ୟମକୁ ଘଟଣାସ୍ଥଳକୁ ନେଇ ଯାଇଥିଲେ । ସେଠାରେ ସେ ଉକ୍ତ କୋଠରୀ ଛାତର ଉଚ୍ଚତା ୧୩ରୁ ୧୪ଫୁଟ ରହିଛି । ସେଠାରେ ପଡିଥିବା ବେଞ୍ଚର ଉଚ୍ଚତା ୩ରୁ ୪ଫୁଟ ହେବ ଏବଂ ତାଙ୍କ ଝିଅର ଉଚ୍ଚତା ପ୍ରାୟ ୫ଫୁଟ କିମ୍ବା ତାଠାରୁ ସାମାନ୍ୟ ଅଧିକ ହେବ । ଯେଉଁ ସ୍ଥାନରେ ଛାତରେ ହୁକୁମ ଟା ରହିଛି ସେଠାରେ ତାଙ୍କ ଝିଅଙ୍କ ଶବ ଝୁଲୁଛୁ ସେହିସ୍ଥାନକୁ ଅନ୍ୟ କାହାର ବିନ ସହାୟତାରେ ହାତ ପାଇବା ଅସମ୍ଭବ ଅଟେ । ସେହିସବୁ ପାରିପାର୍ଶିକ ପରିସ୍ଥିତିକୁ ଦେଖି ତାଙ୍କ ଝିଅକୁ ହତ୍ୟା କରି ଶବକୁ ଲେକ୍ଚର ରୁମ-୧ରେ ଝୁଲାଇ ଦେଇଥିବାର ଅଭିଯୋଗ କରିଛନ୍ତି । ତାଙ୍କ ଝିଅର ଶରୀରରେ ଆଘାତ ଚିହ୍ନ ରହିଛି ଏବଂ ଯେଉଁ ସ୍ଥାନରେ ଶବଟି ଝୁଲନ୍ତା ଅବସ୍ଥାରେ ରହିଛି ଠିକ ତଳେ ହଳେ ଯୋତା ପଡିଛି ତାହା ତାଙ୍କ ଝିଅର ନୁହେଁ ବୋଲି ଗଣେଶ ଚନ୍ଦ୍ର ବେହେରା ଓ ତାଙ୍କ ପରିବାର ବର୍ଗ ପୋଲିସ ସମ୍ମୁଖରେ ଗଣମାଧ୍ୟମକୁ କହିଛନ୍ତି । ତାଙ୍କ ଝିଅକୁ କଲେଜ କର୍ତ୍ତୃପକ୍ଷ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଇ ହତ୍ୟା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେଠାରେ ପଢୁଥିବା ଅଖିଳାଙ୍କ ସହପାଠୀ ମାନେ ଏବଂ ଅନ୍ୟ ଛାତ୍ରଛାତ୍ରୀ କଲେଜ ପ୍ରିନ୍ସିପାଲ ଓ କର୍ତ୍ତୃପକ୍ଷ ସେମାନଙ୍କୁ ବିଭିନ୍ନ ବାହାନା କରି ମାନସିକ ନିର୍ଯ୍ୟାତନା ଦେଉଥିବାର ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଥିଲେ । ସେମାନଙ୍କ ଠାରୁ ବିଭିନ୍ନ ବାହାନା ଦେଖାଇ ମନଇଛା ଜରିମାନା (ଫାଇନ୍) ଆଦାୟ କରୁଛନ୍ତି । କଲେଜରେ ଶ୍ରେଣୀ କକ୍ଷରେ ଇଂରାଜୀ କିମ୍ବା ତେଲୁଗୁ ଭାଷାରେ କଥାବାର୍ତ୍ତାକୁ ବାଧ୍ୟ କରାଯାଉଛି ଓଡିଆ ଭାଷାରେ କହିଲେ ପ୍ରତିଶଦ୍ଧ ପିଚ୍ଛା ପାଞ୍ଚ ଟଙ୍କା ଲେଖାଁଏ ଫାଇନ ଆଦାୟ କରୁଛନ୍ତି ବୋଲି ଗୁରୁତର ଅଭିଯୋଗ କରିଛନ୍ତି । ସେମାନଙ୍କୁ ଏପରି ଅନେକ ମାନସିକସ୍ଥରରେ ନିର୍ଯ୍ୟାତନା କରାଯାଉଥିବାର ଅଭିଯୋଗ ହୋଇଛି । ଅପରାହ୍ନ ସମୟରେ ପୋଲିସ ଶବକୁ ବ୍ୟବଚ୍ଛେଦ କରିବା ନିମନ୍ତେ ଏକ ମହାପ୍ରୟାଣ ଗାଡିରେ ରଖିଥିଲେ । କିନ୍ତୁ ମୃତ ଛାତ୍ରୀଙ୍କ ବାପା ଓ ତାଙ୍କ ପରିବାରବର୍ଗ କ୍ୟାମ୍ପସ ଥିବା ପରିସରରେ ଲାଗିଥିବା ସମସ୍ତ ସିସିଟିଭିକୁ ଜବତ କରିବାକୁ ପୋଲିସ ସମ୍ମୁଖରେ ଦାବୀ କରିବା ସହ ଶବଟିକୁ ମହାପ୍ରୟାଣ ଗାଡିରୁ ବାହାର କରିଦେଇ କଲେଜ ସମ୍ମୁଖରେ ରଖିଦେଇଥିଲେ । ଯେତେବେଳେ ପର୍ଯ୍ୟନ୍ତ ସିସିଟିଭ ଗୁଡିକ ଜବତ କରାଯାଇନି ସେପର୍ଯ୍ୟନ୍ତ ସେମାନେ ହଟିବେ ନାହିଁ ଅଡି ବସିଥିଲେ । ପୋଲିସ ସେଠାରେ ଥିବା ସିସିଟିଭ ଗୁଡିକର ହାର୍ଡଡିସ୍କ ଜବତ କଲାପରେ ସେମାନେ ଶବ କୁ ବ୍ୟବଚ୍ଛେଦ କରିବା ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଛାଡିଥିଲେ । ଗଣେଶ ଚନ୍ଦ୍ର ବେହେରା ତାଙ୍କ ଝିଅକୁ ଗଜପତି ସ୍କୁଲ ଏମ୍ଡ କଲେଜ ଅଫ ନର୍ସିଂର ଅଧ୍ୟକ୍ଷା ଓ ଅନ୍ୟମାନେ ହତ୍ୟା କରିବା ଓ ପ୍ରମାଣକୁ ନଷ୍ଟ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଏନେଇ ଆଦର୍ଶ ଥାନା ପାରଳାଖେମୁଣ୍ଡି ଥାନା କେସ ନଂ-୧୫୧/୨୮-୭-୨୦୨୨ ଭାରତୀୟ ପିଙ୍ଗଳ କୋଡ୍ ର ଦଫା ୩୦୨, ୨୦୧ ଓ ୩୪ରେ ମାମଲା ରୁଜୁ କରି ତଦନ୍ତ କରୁଥିବାର ପରାଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାମକୃଷ୍ଣ ପତି ଓ ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ପୋଲିସ ଘଟଣାସ୍ଥଳରୁ ଗୋଟିଏ ମୋବାଇଲ, ହଳେ ଯୋତା ଓ ସିସିଟିଭିର ହାର୍ଡ ଡିସ୍କ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରଥିବାର ଜଣାପଡିଛି । ବିଳମ୍ବିତ ରାତ୍ର ରେ ଶବ ବ୍ୟବଚ୍ଛେଦ ହୋଇଥିବାର ଜଣାପଡିଛି । ମୃତ ପରିବାରବର୍ଗ ଆସିବା ପୂର୍ବରୁ ଗଣମାଧ୍ୟମକୁ ଘଟଣାସ୍ଥଳକୁ କଲେଜ କର୍ତ୍ତୃପକ୍ଷ ଓ ପୋଲିସ ଯିବାକୁ ବାରଣ କରିଥିଲେ, କିନ୍ତୁ ଉକ୍ତ କଲେଜ ସହ କୌଣସି ସମ୍ପର୍କ ନଥିବା କିଛି ବ୍ୟକ୍ତି ଘଟଣାସ୍ଥଳକୁ ଯିବାର ଦେଖିବାକୁ ମିଳିଥିଲା । ଏପରିକି ଯେତେବେଳେ ଘଟଣାସ୍ଥଳକୁ ଗଣମାଧ୍ୟମ ପ୍ରତିନିଧି ମାନେ ଯିବାକୁ ଉଦ୍ୟମ କରିଥିଲେ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ପୋଲିସ ଭିଜୁଆଲ ଦେବ ଏବଂ ଭିତର ନପଶିବାକୁ କହୁଥିବାର ଦେଖିବାକୁ ମିଳିଥିଲା । ତାହାସହ ଆଉଜଣେ ବ୍ୟକ୍ତି ଗଣମାଧ୍ୟମ ପ୍ରତିନିଧି ମାନେ ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାମକୃଷ୍ଣ ପତିଙ୍କ ବାଇଟ୍ ନେଲାବେଳେ ତାଙ୍କ ପଛପଟେ ଉପସ୍ଥିତ ରହି ପ୍ରତ୍ୟେକ ଗଣମାଧ୍ୟମ ପ୍ରତିନିଧିଙ୍କ ନିଜ ମୋବାଇଲରେ ଭିଜୁଆଲ କରୁଥିବାର ଦେଖିବାକୁ ମିଳିଥିଲେ । ତେବେ କାହାରିକୁ ସେଠାରେ ପ୍ରବେଶ ନଥିବା ବେଳେ ଘଟଣାସ୍ଥଳକୁ କିଭଳି ଗଲେ ତାହାପୁଣି ପୋଲିସ ଉପସ୍ଥିତିରେ ତାହା କିପରି ସମ୍ଭବ ହେଲା ଏହି ଘଟଣା ସହ ସେମାନଙ୍କ ସମ୍ପର୍କ କଣ କାହା ପ୍ରରୋଚନାରେ ସେଠାକୁ ଆସିଥିଲେ ତାହା ସାଧାରଣରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରୁଛି !
ଗଜପତି ଇପିଏ ରୁ ଦିଲ୍ଲୀପକୁମାର ଶତପଥୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )