ଲକ୍ଷ୍ମୀ ମାର୍କେଟ ରେ ଭୟଙ୍କର ଅଗ୍ନିକାଣ୍ଡ

0 11

ପୁରୀ : ଦିର୍ଘ ୩୭ ଘଣ୍ଟା ର ଅକ୍ଲାନ୍ତ ପରିଶ୍ରମ ପରେ ଆୟତ ହେଇଛି ଭୟଙ୍କର ଅଗ୍ନିକାଣ୍ଡ। ପୁରୀ ବଡ ଦାଣ୍ଡ ରେ ଥିବା ଲକ୍ଷ୍ମୀ ମାର୍କେଟ ଲାଗିଥିବା ନିଆଁକୁ ଶେଷ ରେ କାବୁ କରିବାରେ ସକ୍ଷମ ହୋଇଚି ଅଗ୍ନିଶମ ବିଭାଗ। ଗତ ବୁଧବାର ସଂନ୍ଦ୍ୟା ୮ ଟା ବେଳେ ଲକ୍ଷ୍ମୀ ମାର୍କେଟ ରେ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁ ଚାହୁଁ ନିଆଁ ଭୀଷଣ ରୂପ ଧାରଣ କରି ଗ୍ରାଉଣ୍ଡ ଫ୍ଲୋର ସହ ପ୍ରଥମ ମହଲା କୁ ମଧ୍ଯ ମାଡ଼ି ଯାଇ ଥିଲା ନିଆଁ। ତେବେ ମାର୍କେଟ କମ୍ପ୍ଲେକ୍ସ ର କେବଳ ଗୋଟିଏ ପ୍ରବେଶ ଦ୍ଵାର ଥିବା ବେଳେ ପ୍ରବଳ ବିଷାକ୍ତ ଧୁଆଁ ଯୋଗୁ ଅଗ୍ନିଶମ ବାହିନୀ ନିଆଁ ଲାଗିଥିବା ସ୍ଥାନରେ ପହଂଚି ପାରିନଥିଲା। ଫଳରେ ନିଆଁ ଅଣାୟତ୍ତ ହୋଇ ସବୁ ଦୋକାନ କୁ ଲାଗି ଯାଇ ଥିଲା।

ପରେ ଏହାକୁ ମୁକାବିଲା କରିବାକୁ ଭୁବନେଶ୍ଵର ରୁ ସ୍ଵତନ୍ତ୍ର ଅଗ୍ନିଶମ ଟିମ୍, ଓଡରାଫ ଟିମ୍ ବିଭିନ୍ନ ଅତ୍ୟାଧୁନିକ ମେସିନ ସରଞ୍ଜାମ ଆଣି ନିଆଁ ଲିଭ କାର୍ଯ୍ଯ ରେ ଲାଗିପଡି ଥିଲେ।ତେବେ ନିଆଁ କୁ ଆୟତ କରିବାର ସବୁ ଚେଷ୍ଟା ବିଫଳ ହେବା ପରେ ମାର୍କେଟ କମ୍ପ୍ଲେକ୍ସ ରେ ପଛ ପଟ କାନ୍ଥ ଭଙ୍ଗାଜାଇ ଭିତରକୁ ପ୍ରବେଶ କରି ନିଆଁ କୁ ଧୀରେ ଧୀର ଆୟତ କରିଥିଲେ ଅଗ୍ନିସମ୍ କର୍ମଚରି ଓ ଓଡରଫ ଟିମ୍। ତେବେ ମାର୍କେଟ କମ୍ପ୍ଲେକ୍ସ ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା, ଚାରି ପାଖ ରେ ଖୋଲା ସ୍ଥାନ ନ ଥିବା, ଅଣ ଓସାରିଆ ରାସ୍ତା ଯୋଗୁ ଅଗ୍ନିଶମ ବାହିନୀ ଅଗ୍ନିକାଣ୍ଡ ସ୍ଥଳ ରେ ନ ପହଞ୍ଚିବାରୁ ଏହି ଭୟଙ୍କର ଦୁର୍ଘଟଣା ଘଟିଲା। ତେବେ ଘଟଣା ତଦନ୍ତ ଆରମ୍ଭ ହୋଇ ଥିବା ବେଳେ ନିୟମ ଖିଲାପ ହୋଇ ଥିଲେ ଆକ୍ସନ ହେବ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି।
ତେବେ ନିଆଁ ସିନା ଲିଭି ଯାଇଚି ଉଜାଡି ଦେଇ ଯାଇଚି ଜିବନ ଜିବିକା। ଟିକେ ନଜର ପକାନ୍ତୁ ଅଗ୍ନିକାଣ୍ଡ ପରେ ଏ ଦୋକାନ କି ଅଵସ୍ଥା। ଦୋକାନ ରେ ଥିବା ସମସ୍ତ ଡ୍ରେସ ସମଗ୍ରୀ ଜଳି ପୋଡି ପାଉଁଶ ହୋଇ ଯାଇଚି । ଜୋତା ଦୋକାନ, ସୁନା ଦୋକାନ, ଟେଲର, ବିୟୁଟି ପାର୍ଲର, ଷ୍ଟେସନାରୀ ଦୋକାନ ଆଦି ମୋଟ 45 ଟି ଦୋକାନ ଏହି ଅଗ୍ନିକାଣ୍ଡ ରେ ଜଳି ପୋଡ଼ି ପାଉଁଶ ହୋଇ ଜାଇ ଥିବା ବେଳେ ବ୍ୟାପକ କ୍ଷତି ହୋଇଛି । ଲକ୍ଷ ଲକ୍ଷ ଟଙ୍କା ବ୍ୟାଙ୍କ୍ ରୁ ଋଣ ଆଣିଥିବା ବ୍ୟବସାୟୀ ଏବେ କିଭଳି ଋଣ ଶୁଝିବେ ସେ ନେଇ ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି
। ସରକାର ଯଦି ସାହାଯ୍ୟ ର ହାତ ନ ବଢାଇବେ ଅନେକ ଲୋକ ଙ୍କ ଜୀବନ ଜୀବିକା ସର୍ବସ୍ବାନ୍ତ ହୋଇ ଯିବ ବୋଲି କ୍ଷତିଗ୍ରସ୍ତ ବ୍ୟବସାୟୀ କହିଚନ୍ତି। ସେପଟେ ତହସିଲଦାର କହିଚନ୍ତି ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ ପରେ ଯାହା କିଛି ପଦକ୍ଷେପ ନିଆଯିବ

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.