ନୂଆଦିଲ୍ଲୀ: ଆପତ୍ତିଜନକ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ସେ କ୍ଷମା ମାଗିଲେ। ‘ରାଷ୍ଟ୍ରପତ୍ନୀ’ ମନ୍ତବ୍ୟ ପାଇଁ ଚିଠି ଲେଖି ସେ କ୍ଷମା ମାଗିଛନ୍ତି। ଏହା କହିବା ବେଳେ ପାଟିରୁ ଭୁଲ ବଶତଃ ରାଷ୍ଟ୍ରପତ୍ନୀ ବାହାରି ଯାଇଥିବା ସେ ଉଲ୍ଲେଖ କରିଛନ୍ତି। ‘ମୁଁ କ୍ଷମା ମାଗୁଛି, ଆପଣଙ୍କୁ ଗ୍ରହଣ କରିବା ପାଇଁ ଅନୁରୋଧ’ ବୋଲି ଚିଠିରେ ଅଧୀର ଲେଖିଛନ୍ତି।
ସୂଚନା ଥାଉକି, ଶ୍ରୀଚୌଧୁରୀଙ୍କ ଏଭଳି ମନ୍ତବ୍ୟ ପରେ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଏକ ଭିଡ଼ିଓରେ ସେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ ବୋଲି କହିଥିଲେ। ଯାହା ସମାଲୋଚନାର ବିଷୟ ହୋଇଥିଲା। ଏହାଛଡ଼ା ଏଭଳି ମନ୍ତ୍ରବ୍ୟକୁ ନେଇ ମଧ୍ୟ ସଂସଦରେ ବିରୋଧୀଙ୍କୁ ଶାସକ ଦଳର ସାଂସଦମାନେ ଟାର୍ଗେଟ କରି ସମାଲୋଚନା କରିଥିଲେ। ମନ୍ତ୍ରୀ ସ୍ମୃତି ଇରାନୀ ଓ ନିର୍ମଳା ସୀତା ରମଣ ଏହି ମନ୍ତବ୍ୟକୁ ବିରୋଧ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ କ୍ଷମା ମାଗିବାକୁ ଦାବି କରିଥିଲେ।
ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )