୩୧ଜୁଲାଇରେ ଗଞ୍ଜାମଜିଲ୍ଲା ସଂଯୁକ୍ତକୃଷକ-ମୋର୍ଚ୍ଚା ପକ୍ଷରୁ ଅଖବନ୍ଦ, ଚକବନ୍ଦ ଆନ୍ଦୋଳନ ଡାକରା

0 26

ବ୍ରହ୍ମପୁର, ତା.୩୦ଦେଶବ୍ୟାପୀ ଅଖବନ୍ଦ, ଚକବନ୍ଦ କୁ ସଫଳ କରିବା ପାଇଁ ସଂଯୁକ୍ତ କୃଷକ ମୋର୍ଚ୍ଚା, ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟ ହଲରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କୃଷକ ନେତା ଗୋପାଳ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜିଲ୍ଲାର ପ୍ରତିଟି ଅଞ୍ଚଳରେ ଅଖବନ୍ଦ ଚକବନ୍ଦକୁ ସଫଳ କରିବା ପାଇଁ ସମସ୍ତ କମିଟୀ କୁ ନିର୍ଦ୍ଦେଶ ଦିଆଯାଇଛି । ବ୍ରହ୍ମପୁର ଟାଟାବେଞ୍ଜ ଛକରେ ପୂର୍ବାହ୍ନ ୧୧ ଘଟିକାରେ ଅଖବନ୍ଦ, ଚକବନ୍ଦ କାର୍ଯ୍ୟକ୍ରମ ଆରମ୍ଭ ହୋଇ ବ୍ୟାପକ କରାଯିବ । କୃଷକ ମାନଙ୍କର ଦାବୀପ୍ରତି ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ବିଶ୍ୱାସଘାତକତା ବିରୋଧ ରେ ଅଖବନ୍ଦ, ଚକବନ୍ଦ ଆନ୍ଦୋଳନ ସଫଳ କରିବାପାଇଁ ଜିଲ୍ଲା ବାସୀଙ୍କୁ ଅନୁରୋଧ କରାଯାଇଛି। ଅଖବନ୍ଦ, ଚକବନ୍ଦକୁ ନିମ୍ନ ଦାବୀ ସମୂହ କୁ ନେଇ ଆହ୍ବାନ କରାଯାଇଛି। ଚାଷୀ ଉତ୍ପାଦନ କରୁଥିବା ସମସ୍ତ ଫସଲ ର ଏମ.ଏସ.ପି. ପାଇଁ ଆଇନଗତ ବ୍ୟବସ୍ଥା କରିବା, କୃଷକ ମାନଙ୍କ ଉପରେ ହୋଇଥିବା ସମସ୍ତ ମୋକଦ୍ଧମା ପ୍ରତ୍ୟାହାର କରିବା, ଲକ୍ଷ୍ମୀପୁର ଖେରୀ ଅଞ୍ଚଳରେ କୃଷକ ଗଣହତ୍ୟା ର ଅଭିଯୁକ୍ତ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତିଦେବା, ଜନବିରୋଧୀ ବିଦ୍ୟୁତ ବିଲ-୨୦୨୦ ପ୍ରତ୍ୟାହାର କରିବା, ସାର କଳାବଜାରୀକୁ ନିୟନ୍ତ୍ରଣ ଓ ଚାଷୀଙ୍କୁ ଫସଲ ବୀମା ତୁରନ୍ତ ପ୍ରଦାନ କରିବା ଆଦି ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ର ନେତୃବୃନ୍ଦ ଅଖବନ୍ଦ, ଚକବନ୍ଦ କୁ ସଫଳ କରିବା ପାଇଁ ନିବେଦନ କରିଛନ୍ତି। ଓଡ଼ିଶା କୃଷକ ସଭାର ହରିକୃଷ୍ଣ ରେଡ୍ଡୀ, ଗୋପାଳ ପାଣିଗ୍ରାହୀ, କ୍ରାନ୍ତିକାରୀ କୃଷକ ସଭା ର ଶଙ୍କର ସାହୁ, ଅଖିଳ ଭାରତ କୃଷକ ସଭାର ନୀଳକଣ୍ଠ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.