ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଞ୍ଜାମ ଜିଲ୍ଲା ସମ୍ମିଳନୀ

0 15

ବ୍ରହ୍ମପୁର: ଗୁରୁବାର ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସିଦ୍ଧ ଭୈରବୀ ଗଟ୍ଟ ବ୍ରହ୍ମପୁର ତରଫରୁ ସ୍ଥାନୀୟ କୁଇନ ଅଫଦି ମିଶନ ସ ଉଚ୍ଚ ବିଦ୍ୟାଳୟ ପରିସରରେ ଉଦଘାଟନୀ ଉତ୍ସବ ଓ କାବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସଂଯୋଜକ ଡ଼ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଓ ସହ ସଂଯୋଜକ ଶ୍ରୀ ଗୋପାଳ କୃଷ୍ଣ ପାଢ଼ୀ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତଜିଲ୍ଲl ସ୍ତରୀୟ ସମ୍ମିଳନୀ ର ମୁଖ୍ୟ ଅତିଥି ପ୍ର, ବିଷ୍ଣୁ ଚରଣ ଚୌଧୁରୀ ପ୍ରାକ୍ତନ ଅଧ୍ୟକ୍ଷ ବିଶ୍ଵ ବିଦ୍ୟାଳୟ ବିଭାଗ ସମୂହ,ବ୍ରହ୍ମପୁର, ମୁଖ୍ୟ ଅତିଥି ଶ୍ରୀ କୃଷ୍ଣ ଚନ୍ଦ୍ର ତ୍ରିପାଠୀ ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ସାହିତ୍ୟିକ ମୁଖ୍ୟ ବକ୍ତା, ସମ୍ମାନୀତ ବକ୍ତା ତଥା ରାଜ୍ୟ ସମ୍ପାଦକ ଡ଼, ସନ୍ତୋଷ କୁମାର ମହାପାତ୍ର, ଅନ୍ୟତମ ବକ୍ତା ଶ୍ରୀ ହରେକୃଷ୍ଣ ପଣ୍ଡା ବ୍ଲକ୍ ଶିକ୍ଷା ଧିକାରୀ ଓ ସଭାପତି ରୂପେ ଡ଼, ବନମାଳୀ ପାଣିଗ୍ରାହୀ ମଞ୍ଚାସୀନ ଥିଲେ। ଦ୍ୱୀପ ପ୍ରଜ୍ଜ୍ୱଳନ ପରେ ବିଶିଷ୍ଟ କବି ପ୍ରେମଶିଲା ନନ୍ଦ ପ୍ରାରମ୍ଭିକ ସଙ୍ଗୀତ ଗାନ କରି ଥିଲା ବେଳେ ଡ଼ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ସଂଯୋଜନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଶ୍ରୀ କୃଷ୍ଣ ଚନ୍ଦ୍ର ତ୍ରିପାଠୀ ଓଡ଼ିଆ ସାହିତ୍ୟରେ ନୈତିକ ମୂଲ୍ୟବୋଧ ସଂପର୍କରେ ଆମୂଳଚୁଳ ବର୍ଣ୍ଣନା କରିଥିବା ବେଳେ ଶ୍ରୀ ହରେକୃଷ୍ଣ ପଣ୍ଡା ନୈତିକ ମୂଲ୍ୟବୋଧ ଅଭାବରୁ ଆଜିର ଯୁବ ପୀଢି କିପରି ପଥ ଭ୍ରଷ୍ଟ ହେଉଛନ୍ତି ତାର ବିଶଦ ବିବରଣୀ ପ୍ରଦାନ କରିଥିଲେ।


ରାଜ୍ୟ ସମ୍ପାଦକ ଡ଼ ସନ୍ତୋଷ କୁମାର ମହାପାତ୍ର ଆଜିର ତୋଷା ମଦି ସାହିତ୍ୟ ଯୁବପୀଢିଙ୍କୁ ଉତ୍ସ୍କ୍ରୁଙ୍ଖଳ କରିବା ସହ ଭବିଷ୍ୟତ ଯୁବବର୍ଗଙ୍କୁ ପଥଭ୍ରଷ୍ଟ କରିପାରେ ବୋଲି ଆଶଙ୍କା ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ଡ଼, ବିଷ୍ଣୁ ଚରଣ ଚୌଧୁରୀ ସାହିତ୍ୟରେ ରହିଥିବା ନୈତିକ ମୂଲ୍ୟବୋଧ ଉପରେ ଆଲୋଚନା କରି ଯୁବବର୍ଗ ଙ୍କ ମୋବାଇଲ ପୁସ୍ତକ ଅପେକ୍ଷା ଅଧିକ ପସନ୍ଦ ଯେଉଁଥିପାଇଁ ସେମାନେ ବାସ୍ତବ ଜ୍ଞାନ ଠାରୁ ଦୁରେଇଯାଉଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ।। ଦୀତୀୟ ଅଧିବେଶନ କବିତା ପାଠୋତ୍ସବ ରେ ମୁଖ୍ୟ ଅତିଥି ଡ଼ କୈଳାଶ ଚନ୍ଦ୍ର ତ୍ରିପାଠୀ, ସଭାପତି ଡ଼, ଲମ୍ବୋଦର ପାଣିଗ୍ରାହୀ, ମୁଖ୍ୟ ବକ୍ତା ଡ଼ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ଶ୍ରୀ ରାମକୃଷ୍ଣ ତ୍ରିପାଠୀ, ଓ ସଂଯୋଜିକା ଶ୍ରୀମତୀ ପଦ୍ମିନୀ ମିଶ୍ର ସଂଗୃହିତ ୩୦ ଖଣ୍ଡ କବିତା ସଂଯୋଜନା କରିଥିବା ବେଳେ ଅତିଥି ମାନେ କବିତାଗୁଡ଼ିକର ସମୀକ୍ଷା କରିବାସହ ନୈତିକ ମୂଲ୍ୟବୋଧ ଆଜିପାଇଁ ଅତ୍ୟନ୍ତ ଜରୁରୀ ବୋଲି ମତପୋଷଣ କରି ଥିଲେ। ଏ ହିଁ କାର୍ଯ୍ୟ କ୍ରମ ରେ ବିଶିଷ୍ଟ କବି ବଇଁଶୀ ଧର ସେଠୀ, ଜ୍ୟୋତ୍ସ୍ନା ଦେଵୀ, କୁମାର କାର୍ତ୍ତିକେଶ୍ଵର ପ୍ରଧାନ, ଡ଼ ଅରୁଣ କୁମାର ଦାଶ, ସୂଚନା ପାଢୀ, ସଂଯୋଜିକା ଶୁଚେତା ପାଣିଗ୍ରାହୀ, ସଂଯୁକ୍ତା ଶତପଥୀ, ଶ୍ୟାମସୁନ୍ଦର ଖାଡ଼ ଙ୍ଗା, ଏସ ବିଶ୍ଵନାଥ, ପୁର୍ଣ୍ଣ ଆଚାର୍ଯ୍ୟ, ଦେବିପ୍ରସାଦ ମହାପାତ୍ର, ମଧୁସ୍ମିତା ସାହୁ ପ୍ରମୁଖ କବିତା ପାଠ କରିଥିଲେ। ଶେଷରେ ଧନୁର୍ଦ୍ଧର ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସହକର୍ମୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.