ବିଦ୍ୟାଳୟର ସ୍ମାର୍ଟ କ୍ଳାସ ରୁମ ରୁ କମ୍ପ୍ୟୁଟର ଚୋରି ଅଭିଯୋଗ, ସିସି ଟିଭିବରେ କଏଦ ହେଲା ଦୃଶ୍ୟ
ତାଲା ଭାଙ୍ଗି ସ୍ମାର୍ଟ କ୍ଳାସ ରୁମ ରୁ କମ୍ପ୍ୟୁଟର ଲୁଟିନେଲେ ଦୁବୁର୍ତ। ରାତି ପାଖାପାଖି ୧୦ ଟା ସମୟରେ ଚୋରି ହେଇଥିବା ବିଦ୍ୟାଳୟରେ ଲାଗିଥିବା ସିସି ଟିଭି ଫୁଟେଜ ରୁ ଜଣାପଡିଛି ।
ତେବେ ଏନେଇ ଚୁଡାମଣି ସାମୁଦ୍ରିକ ଥାନାରେ ବିଦ୍ୟାଳୟ ପକ୍ଷରୁ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବିଦ୍ୟାଳୟରେ ଲାଗିଥିବା ସିସି ଟିଭି ଫୁଟେଜ ରୁ ୨ ଜଣ ଦୁବୁର୍ତ କମ୍ପ୍ୟୁଟର ଚୋରି କରୁଥିବା ଦେଖାଯାଉଛି । ଏଭଳି ଘଟଣା ଘଟିଛି ବାସୁଦେବପୁର ଚୁଡାମଣି କେସି ନୋଡାଲ ହାଇସ୍କୁଲ ରେ । ବିଦ୍ୟାଳୟକୁ ପିଅନ ଆସିବା ପରେ ବିଦ୍ୟାଳୟର ସ୍ମାର୍ଟ କ୍ଳାସ ରୁମର ଚାବି ଭଙ୍ଗା ହେଇଥିବା ଦେଖିଥିଲେ । ତୁରନ୍ତ ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରିଙ୍କୁ ଜଣାଇବା ସହିତ ଅନ୍ୟ ମାନଙ୍କ ଜଣାଇଥିଲେ । ତେବେ ପୋଲିସ ସିସି ଟିଭି ଫୁଟେଜକୁ ନେଇ ତଦନ୍ତ ଆରମ୍ଭ କରିଛି ।
ଭଦ୍ରକ ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )