ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ

0 12

ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ପରିସର ରେ ଦୀର୍ଘ ୭ଦିନ ଧରି ଚାଲୁରହିଥିବା ଚିତ୍ରକଳା ପ୍ରଦର୍ଶନୀ ର ଶୀର୍ଷକ “ମୋ ପୁରୀ ଓ ମୋ ଶ୍ରୀକ୍ଷେତ୍ର ” ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକସଂପର୍କ ବିଭାଗ ଅଧିକାରୀ ସନ୍ତୋଷ କୁମାର ସେଠୀ ଯୋଗ ଦେଇଥିଲେ। ମହାବିଦ୍ୟାଳୟ ର ଅଧ୍ୟାପକ ସୁଶାନ୍ତ ମେହେର,ବିଶ୍ୱମୋହନ ରଥ,ଶିଶୁ ସମାଚାର ର ସମ୍ପାଦକ ସୁକାନ୍ତ ପଣ୍ଡା, ସୁସାହିତ୍ୟିକ ଶିବସୁନ୍ଦର ମିଶ୍ର,ଶିଳ୍ପୀ ଚନ୍ଦ୍ରଶେଖର ମହାରଣା ଏବଂ କଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ଏଥିରେ ଶ୍ରୀକ୍ଷେତ୍ର ପୁରୀର ଅନେକ ତୀର୍ଥସ୍ଥାନ ଓ ସାମାଜିକ ଚଳଣୀ କୁ ସ୍ଥାନିତ କରାଯାଇଥିଲା ।ଏଥିରେ ୯୩ ଟି ଚିତ୍ର ସ୍ଥାନ ପାଇଥିବାବେଳେ ୮୩ ଜଣ ଚିତ୍ରଶିଳ୍ପୀ ଭାଗ ନେଇଥିଲେ । ଏହାକୁ ପରିଚାଳନା ସହ ଶ୍ରୀକ୍ଷେତ୍ର ର ପରମ୍ପରା ଓ ସାମାଜିକ ଚଳଣୀ ଓ ରୀତିନୀତି କୁ ଚିତ୍ର ମାଧ୍ୟମରେ ଲୋକଲୋଚନକୁ ଆଣିବା ପାଇଁ କଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦୁର୍ଗାମାଧବ କର ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.