ବିପଦର ବନ୍ଧୁ ଓଡ଼ିଶା ସଂଗଠନ ତରଫରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

0 13

ବ୍ରହ୍ମପୁର: ସ୍ଥାନୀୟ ପାଣିଗ୍ରାହୀ ପେଣ୍ଠ ଅଞ୍ଚଳ ସ୍ଥିତ ରଘୁନାଥ ମନ୍ଦିର କଲ୍ୟାଣ ମଣ୍ଡପରେ ବିପଦର ବନ୍ଧୁ ଓଡ଼ିଶା ସଂଗଠନ ତରଫରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ସଙ୍ଘର ଉପଦେଷ୍ଟା ଶ୍ରୀ ସନ୍ତୋଷ ମହାନ୍ତି ଅଧ୍ୟକ୍ଷତା କରି କର୍ଣ୍ଣାଟକର ଯୁବ ସଚେତକ ଶ୍ରୀ କ୍ରିଷ୍ଣ ନାୟକଙ୍କୁ “Walk for yoga mission” କାର୍ଯ୍ୟକ୍ରମରେ ବ୍ରହ୍ମପୁରରେ ପହଞ୍ଚି ଥିବା ବେଳେ ତାଙ୍କୁ ସସମ୍ମାନର ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏନେଇ ସମ୍ପାଦକ ପି.କୃଷ୍ଣ ପାତ୍ର କହିଛନ୍ତି ଯେ, ଦେଶର ୨୮ଟି ରାଜ୍ୟକୁ ପଦଯାତ୍ରା କରି ଆବାଳଙ୍କ ଠାରୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବିଭିନ୍ନ ପ୍ରକାର ସଚେତନତା ଅଭିଯାନରେ ବାର୍ତ୍ତା ପ୍ରଦାନ କରି ରାୟଗଡ଼ା ଠାରେ ପହଞ୍ଚିଥିଲେ ।

ସେଠାରୁ ବିପଦର ବନ୍ଧୁ ଓଡ଼ିଶା ସଂଗଠନର ସଦସ୍ୟ ମାନେ ସ୍ବାଗତ କରି ବ୍ରହ୍ମପୁରରେ ବିଶ୍ରାମ ପାଇଁ ବ୍ୟବସ୍ଥା କରିଛନ୍ତି । ଏହାସହ ତାଙ୍କୁ ଆଗାମୀ ପଦଯାତ୍ରା ପର୍ଯ୍ୟନ୍ତ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗର ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଏହାପରେ ସେ ପୁରୀ ଜିଲ୍ଲା ଯାଇ ଜଗନ୍ନାଥ ଦର୍ଶନ କରି ନିଜ ଆଗାମୀ ଯାତ୍ରା ଆରମ୍ଭ କରିବା ପର୍ଯ୍ୟନ୍ତ ସାଥିରେ ରହିବେ ବୋଲି ସଭାପତି ରବିନ୍ ସାହୁ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ବ୍ରହ୍ମାନନ୍ଦ ସାହୁ, ଅମିତ ନେପାକ, ଫିରଜ ସେଠୀ, ଦୀନେଶ ଗୌଡ଼, ନୀଳାଚଳଙ୍କ ସମେତ ଅନ୍ୟ କିଛି ଯୁବକ ମାନେ ଉପସ୍ଥିତ ଥିଲେ ।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.