ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ

ମହୁମାଛି ଆକ୍ରମଣରେ ଗଜପତି ଜିଲ୍ଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ବନ୍ଧଗୁଡା ଗ୍ରାମର ଜଣେ ବୃଦ୍ଧ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ ହେଉଛନ୍ତି ବନ୍ଧଗୁଡା ଗ୍ରାମର ବବୁରୁ ବହନ ମଲ୍ଲିକ (୮୦) । ସକାଳ ସମୟରେ ବବୁରୁ ବହନ ମଲ୍ଲିକ ତାଙ୍କ ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ମହୁଲ ଫୁଲ ଗୋଟାଇବାକୁ ଯାଇଥିଲେ । ସେ ମହୁଲ ଫୁଲ ଗୋଟାଇବା ବେଳକୁ ମହୁମାଛି ତାଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲା । ବବୁରୁଙ୍କ ପରିବାରବର୍ଗ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ।

ଗଜପତି ଇପିଏ ରୁ ଦିଲ୍ଲୀପ ଶତପଥି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )