ବ୍ରହ୍ମପୁର ଚର୍ଚ୍ଚ ରୋଡ଼ରେ ଦେଖିବାକୁ ମିଳିଛି ଏକ ଅଚିହ୍ନା ଶବ
ବ୍ରହ୍ମପୁର ଚର୍ଚ୍ଚ ରୋଡ଼ରେ ଦେଖିବାକୁ ମିଳିଛି ଏକ ଅଚିହ୍ନା ଶବ ! ଏଥିପ୍ରତି କିଏ ଧ୍ୟାନ ଦେଉନାହାଁନ୍ତି । ଦୀର୍ଘ ସମୟଧରି ମଙ୍ଗଳବାର ଖରାବେଳ ଠାରୁ ଅପରାହ୍ନ ଯାଏଁ ପଡିଥିଲା ଏହି ଶବ ମୁନିସିପାଲ କର୍ତ୍ତୃପକ୍ଷ, ପୋଲିସ ବିଭାଗ, ସ୍ୱାସ୍ଥ୍ୟବିଭାଗ କୁ ଜଣାଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରିନଥିଲେ ।
ଜଣେ ଅଚିହ୍ନା ବୃଦ୍ଧଙ୍କ ଆକସ୍ମିକ ମୃତ୍ୟୁ ହୋଇଥିବା କୁହାଯାଏ । ଏ ଦୃଶ୍ୟ ହେଉଛି, ବ୍ରହ୍ମପୁର ସହର ଚର୍ଚ୍ଚ ରୋଡ଼ରେ ଦେଖିବାକୁ ମିଳିଛି । କୌଣସି ଲୋକ କିମ୍ବା ପୋଲିସ ଆଵଶ୍ୟକୀୟ ପଦକ୍ଷେପ ନେଇନାହାନ୍ତି। ପୋଲିସ ମନା କରୁଥିବାବେଳେ ଉପସ୍ଥିତ ଲୋକମାନେ ଅଭିଯୋଗ କରିବା ସହ 108 ଆମ୍ବୁଲାନ୍ସକୁ ଖବରଦେଲେ ମଧ୍ୟ କେହି ଶୁଣିଲେ ନାହିଁ । କିଛି କରିପାରିବୁ ନାହିଁ ବୋଲି ଏ ସବୁ ବିଭାଗ ଜଣାଇଥିଲେ । କିନ୍ତୁ ଶବ ସନ୍ଧ୍ୟାସୁଦ୍ଧା ପଡିଥିବାର ଦେଖିବାକୁ ମିଳିଥିଲା ।
ଗଞ୍ଜାମ ଜିଲ୍ଲା ଇପିଏ ରୁ କେ. ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ୍
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )