ଅଣସର ପଣା

0 12

ସ୍ନାନ ପୂର୍ଣ୍ଣିମା ପରଦିନ ଠାରୁ ଶ୍ରୀମନ୍ଦିର ରେ ଆରମ୍ଭ ହୋଇଛି ଅଣସର ବିଧି। ୧୦୮ଗଡୁ ସୁବାସିତ ଜଳ ରେ ସ୍ନାନ କରିବା ପରେ ଏବେ ଚତୁର୍ଦ୍ଧାମୂର୍ତ୍ତି ଜ୍ଵର ରୋଗରେ ପୀଡିତ।ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ରେ ଚାଲିଛି ସେବାପୂଜା ଓ ଉପଚାର।ଦଇତାପତି ଓ ପତିମହାପାତ୍ର ସେବକ ମହାପ୍ରଭୁଙ୍କ ସେବାପୂଜା କରୁଛନ୍ତି ଅଣସର ପିଣ୍ଡିରେ।

ଅଣସର ବିଧିଅନୁଯାୟୀ ଶ୍ରୀବିଗ୍ରହ ମାନଙ୍କୁ ଏବେ ଲଘୁ ଉପଚାର ନୈବେଦ୍ୟ ଅର୍ପଣ କରାଯାଉଛି।ସାମାଜିକ ବିଧି ବ୍ୟବସ୍ଥା ଅନୁଯାୟୀ କାହାକୁ ଜ୍ଵର ହେଲେ ଯେପରି ପଥି ଉପଚାର କରାଯାଏ,ସେହିଭଳି ଭାବେ ମହାପ୍ରଭୁଙ୍କୁ ପଣଭୋଗ ଅର୍ପଣ କରାଯାଉଛି।ରାତ୍ରୀରେ ମହାପ୍ରଭୁଙ୍କୁ ଚକଟା ଭୋଗ ପରେ ଏହି ପଣା ଭୋଗ ଅର୍ପଣ କରାଯାଏ।ମହାପ୍ରଭୁଙ୍କୁ ଏହା ଅର୍ପଣ କରାଯିବା ପରେ ବିଭିନ୍ନ ଦେବଦେବୀଙ୍କୁ ଅର୍ପଣ ସହ ରାଜପ୍ରାସାଦକୁ ଯାଇଥାଏ।୧୪ଦିନ ଧରି ଦଇତାପତି ମାନେ ଏହି ପଣା ଭୋଗ ପ୍ରସ୍ତୁତ କରିଥାନ୍ତି।ଜଳ,କ୍ଷୀର,କର୍ପୁର,ଚିନି, ସରର ସମ୍ମିଶ୍ରଣ ରେ ଏହି ପଣା ପ୍ରସ୍ତୁତ ହୋଇଥାଏ। ପଣା ପ୍ରସ୍ତୁତ ପରେ ଓଳିରେ ଏହା ବିଭିନ୍ନ ଘରକୁ ବଣ୍ଟା ଯାଇଥାଏ।ଦଇତାପତିମାନେ ଅତ୍ୟନ୍ତ ନିଷ୍ଠାର ସହ ଏହି ପଣା ପ୍ରସ୍ତୁତ କରିଥାନ୍ତି।ବର୍ଷର ଅନ୍ୟ ଦିନ ମାନଙ୍କରେ ପୂଜାପଣ୍ଡା ସେବାୟତ ଭୋଗଲାଗି କରୁଥିବା ବେଳେ ଅଣସର ସମୟ ରେ ପତିମହାପାତ୍ର ହିଁ ସମସ୍ତ ନୈବେଦ୍ୟ ସମର୍ପଣ କରିଥାଆନ୍ତି।ପଥି ଉପଚାରରେ ଏହି ପଣା ଭୋଗ ନୈବେଦ୍ୟ ବୋଲି ମତ ଦିଅନ୍ତି ଗବେଷକ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.