ଜୀ ସାର୍ଥକରେ ଆସୁଅଛି ଅନୁ ଚୌଧୁରୀଙ୍କ ମେଗା ଧାରାବାହିକ “ସର୍ବଜିତା ଅନୁ”

0 34

ଭୁବନେଶ୍ବର:ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଏକ ଚିର ପରିଚିତ ନାମ ଅନୁ ଚୌଧୁରୀ । ବଡ଼ ପରଦାରେ ହସାଉଥିବା ଓ କନ୍ଦାଉଥିବା ଏହି ଅଭିନେତ୍ରୀ ଏବେ ଟେଲିଭିଜନରେ କରିବେ କମାଲ । ଦୀର୍ଘ ୨ ଦଶନ୍ଧି ଧରି ୬୫ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ଅନୁ । ତାଙ୍କର ସୁନ୍ଦର ଅଭିନୟ ଓ ନୃତ୍ୟରେ ଜନତା ହୋଇଛନ୍ତି ମନ୍ତ୍ରମୁଗ୍ଧ । ସେ ଯେ କେବଳ ଓଲିଉଡରେ ଚର୍ଚ୍ଚିତା ତାହା ନୁହେଁ, ବେଙ୍ଗଲୀ , ତେଲଗୁ ଏବଂ ହିନ୍ଦୀ ଫିଲ୍ମସରେ ମଧ୍ଯ ଦର୍ଶକ ଦେଖିଛନ୍ତି ତାଙ୍କ ଅଭିନୟ । ଗ୍ଲାମର ଇଣ୍ଡଷ୍ଟ୍ରିରେ ବେଶ୍ ସୁନାମ ଅର୍ଜନ କରିଥିବା ଅନୁଙ୍କୁ ୨୦୦୫ ମସିହାରେ ଫିଲ୍ମ ଶାଶୂଘର ଚାଲିଯିବିରେ ଆକର୍ଷଣୀୟ ଅଭିନୟ ପାଇଁ ମିଳିଥିଲା ଓଡିଶା ରାଜ୍ୟ ଫିଲ୍ମ ପୁରସ୍କାର । ନାୟିକା ଅନୁ ପୁଣି ଆସୁଛନ୍ତି ଦର୍ଶକଙ୍କ ହୃଦୟରେ ଘର କରିବାପାଇଁ । ଜୀ ସାର୍ଥକର ମେଗା ଧାରାବାହିକ ସର୍ବଜିତା ଅନୁରେ ଲିଡ ରୋଲରେ ଆସୁଛନ୍ତି ଅନୁ ଚୌଧୁରୀ ।
ଜୀ ସାର୍ଥକ ସଦା ସର୍ବଦା ତାର ଦର୍ଶକ ମାନଙ୍କ ପାଇଁ ମନପସନ୍ଦର ଧାରାବାହିକ ନେଇ ଆସିଥାଏ । ଓଡିଆ କଳା, ସଂସ୍କୃତି ଓ ଚାଲିଚଳନକୁ ସର୍ବଦା ପ୍ରାଥମିକତା ଦେଇ ଆସିଛି ଜୀ ସାର୍ଥକ । ଏହି ଧାରାରେ ସାମିଲ ହେବାକୁ ଯାଉଛି ମେଗା ଧାରାବାହିକ “ସର୍ବଜିତା ଅନୁ” ।
ଆଗରୁ “କେମିତି କହିବି କହ”ରେ ସୁପରଷ୍ଟାର ସିଦ୍ଧାନ୍ତ ଓ “ଦାଦାଗିରି”ରେ ଅନୁଭବଙ୍କ ଜଲୱା ପରେ ଏବେ “ସର୍ବଜିତା ଅନୁ”ରେ ଦର୍ଶକ ଦେଖିବେ ଏଭରଗ୍ରିନ୍ ନାୟିକା ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ । ଆସନ୍ତା ୧୪ ତାରିଖ ଠାରୁ ସନ୍ଧ୍ୟା ୮ ଟାରେ ଏହି ମେଗା ଧାରାବାହିକ ପ୍ରସାରଣ ଆରମ୍ଭ ହେବ । ଏହାକୁ ନେଇ ଦର୍ଶକଙ୍କ ଭିତରେ ରହିଛି ଅନେକ ଉତ୍କଣ୍ଠା ରହିଛି । ପୂର୍ବ ସିରିଏଲ୍ ପରି “ସର୍ବଜିତା ଅନୁ” ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ ଆବଶ୍ୟକତାକୁ ପୁରଣ କରିବ ବୋଲି କହିଛନ୍ତି ଜୀ ସାର୍ଥକ ଚ୍ୟାନେଲ ମୁଖ୍ୟ ଶ୍ରୀ ଅର୍ଘ୍ୟ ରାୟ ଚୌଧୁରୀ ।

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.