ଅପ୍ରେଲ ୧ରୁ ୭ ଦୁର୍ଘଟଣା ଜନିତ ମୃତ୍ୟୁ ହାର ହ୍ରାସ ସପ୍ତାହ ପାଳନ

0 10

ରାସ୍ତା ଦୁର୍ଘଟଣା ରେ ଅମୂଲ୍ୟ ଜୀବନ ଯିବା ସହ ବ୍ୟାପକ ଧନ ହାନୀ ମଧ୍ୟ ଘଟୁଛି।ବିଶେଷ ଭାବେ ୧୫-୪୫ ବର୍ଷ ବୟସର ବ୍ୟକ୍ତି ଙ୍କ ବିୟୋଗ ମାତ୍ରାଧିକ।ତେଣୁ ଏହାର ନିରାକରଣ ପାଇଁ ବ୍ୟାପକ ସଚେତନତା ଉଦ୍ଦେଶ୍ୟ ରେ ଅପ୍ରେଲ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ମୃତ୍ୟୁ ହାର ହ୍ରାସ ସପ୍ତାହ ଭାବେ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ। ସର୍କିଟ ହାଉସ ଠାରେ ଜିରୋ ଫାଟାଲିଟି ଉଇକ ବା ଶୂନ୍ୟ ଦୁର୍ଘଟଣାଜନିତ ମୃତ୍ୟୁ ହାର ହ୍ରାସ ସପ୍ତାହ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଲୋକ ମାନଙ୍କୁ ସଚେତନ କରିବା ଓ ଅମାନିଆ ମାନଙ୍କୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।ବିନା ହେଲମେଟ, ବିନା ସିଟବେଲ୍ଟ , ମାଦକ ଦ୍ରବ୍ୟ ସେବନ, ମୋବାଇଲ ବ୍ୟବହାର ଇତ୍ୟାଦି କରି ଗାଡି ଚାଳନା,ଓଭର ଲୋଡିଂ,ଦ୍ରୁତ ଗାଡି ଚାଳନା ଦୁର୍ଘଟଣା ର ମୁଖ୍ୟ କାରଣ ହେଉଛି।ତେଣୁ ଏ କ୍ଷେତ୍ରରେବାଣିଜ୍ୟ ଓ ପରିବହନ ବିଭାଗର ନିୟମ ଅନୁସାରେ ଫାଇନ ଆଦାୟ, ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ ଇତ୍ୟାଦି କଟକଣା କୁ କଡାକଡି କରିବାକୁ ସେ ପରାମର୍ଶ ଦେଇଥିଲେ।ଜିଲ୍ଲାରେ ୨୦୨୧ ମସିହାରେ ୧୯୭ ଦୁର୍ଘଟଣା ଘଟି ୧୨୬ ମୃତ୍ୟୁ ହୋଇଥିଲା ବେଳେ ୨୦୨୨ ର ୧୯୭ ଟି ଦୁର୍ଘଟଣା ଘଟି ୧୪୬ ଜଣଙ୍କ ମୃତ୍ୟୁ ସୋଇଥିଲା।୨୦୨୩ ଫେବୃଆରୀ ଶେଷ ସୁଦ୍ଧା ୨୬ ଟି ଦୁର୍ଘଟଣା ରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି।୨୦୨୨ ରେ ବିନା ହେଲମେଟ, ବିନା ସିଟ ବେଲ୍ଟରେ ଗାଡ଼ି ଚାଳନା, ମୋବାଇଲ ବ୍ୟବହାର ଓ ମାଦକ ଦ୍ରବ୍ଯ ସେବନ କରି ଗାଡି ଚାଳନା,ଦ୍ରୁତ ଗତିରେ ଗାଡି ଚାଳନା ଇତ୍ୟାଦି କ୍ଷେତ୍ରରେ ୭୭୩୦ ଜଣଙ୍କୁ ଧରାଯାଇ କାର୍ଯ୍ୟାନୁଷ୍ଠାନ ଓ ୧୩୦୭ ଜଣଙ୍କ ଲାଇସେନ୍ସ ସସପେଣ୍ଡ କରାଯାଇଛି।୨୦୨୩ ରେ ଫେବ୍ରୁଆରୀ ଶେଷ ସୁଦ୍ଧା ୧୯୮୦ ଟି ଘଟଣାରେ ୩୯୭ ଜଣଙ୍କ ଲାଇସେନ୍ସ ସସପେଣ୍ଡ କରାଯାଇଛି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ଟ୍ରାଫିକ ଡିଏସପି ନିରଞନ ଶବର,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଏସି ଏସ ଓ ଜାନକୀ ବଲ୍ଲଭ ହାବଡା ସିଂହ,ବସ ମାଲିକ ସଂଘର କର୍ମକର୍ତ୍ତା, ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.