କୋଭାକ୍ସିନ ଟିକା ୭୮% ପ୍ରଭାବୀ

0 17

ନୂଆଦିଲ୍ଲୀ: କୋଭିଡ୍‌-୧୯ ଟିକା ‘କୋଭାକ୍ସିନ୍‌’ ନିରାପଦ ଏବଂ ଫଳପ୍ରଦ ବୋଲି ଅନ୍ତିମ ପର୍ଯ୍ୟାୟ ପରୀକ୍ଷା ଶେଷ କରି ଶନିବାର ଦିନ ‘ଭାରତ ବାୟୋଟେକ୍‌’ ଘୋଷଣା କରିଛି। ନିର୍ମାତାଙ୍କ ଘୋଷଣା ଅନୁସାରେ, ‘କୋଭାକ୍ସିନ୍‌’ ଲକ୍ଷଣଯୁକ୍ତ କୋଭିଡ୍-୧୯ କ୍ଷେତ୍ରରେ ୭୭.୮% ଫଳଦାୟକ ହୋଇଥିବା ଦେଖାଯାଇଛି ।

ଭାରତ ବାୟୋଟେକ୍ ପକ୍ଷରୁ ତୃତୀୟ ପର୍ୟ୍ୟାୟ ଟିକା ଟ୍ରାଏଲର ରେଜଲ୍ଟ ଜାରି ହୋଇଛି । ଗୁରୁତର ରୋଗୀଙ୍କ ଉପରେ ଏହା ୯୩.୪ ପ୍ରତିଶତ ପର୍ୟ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ଏଥିସହ କରୋନାର ଡେଲ୍ଟା ଭାରିଆଣ୍ଟ ବିରୋଧରେ ୬୫.୨ ଯାଏ ପ୍ରଭାବଶାଳୀ ଅଟେ ।

Leave A Reply

Your email address will not be published.