ବ୍ଲକ ସ୍ତରୀୟ ପ୍ରସିକ୍ଷଣ ସିବିରକୁ ସରପଞ୍ଚ କଲେ ଉଦ୍ଘାଟନ
ଯାଜପୁର: ଯାଜପୁର ଜିଲ୍ଲାର କୋରାଇ ବ୍ଲକ ସାଦକପୁର ପଞ୍ଚାୟତରେ ସରପଞ୍ଚ ରବିନ୍ଦ୍ର କୁମାର ବେହେରା ରାଜ୍ୟ ସରକାରଙ୍କ Ministry of Micro, Small and Medium Enterprisesର ଏକ ପ୍ରସିକ୍ଷଣ ଶିବିରକୁ ଆନୁଷ୍ଠାନିକ ଉଦ୍ଘାଟନ ହୋଇଛି।
Ministry of Micro, Small and Medium Enterprises ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ବେରୋଜଗାରୀ ଯୁବକ/ଯୁବତୀ ମାନଙ୍କୁ ସରକାର ପ୍ରସିକ୍ଷଣ ଦେଇ ସ୍ବଭାବଲମ୍ବି କରିବା ପାଇଁ ଏହି ପ୍ରସିକ୍ଷଣ ଶିବିର ଆୟୋଜନ କରାଯାଇ ଥିବା କଳିଙ୍ଗନଗର ଆସିଷ୍ଟାଣ୍ଟ ମେନେଜର ଏନେଇ ନାୟକ ସୁଚନା ହେଇଛନ୍ତି । ସାଦକପୁର ପଞ୍ଚାୟତରେ ଆରମ୍ଭ ହୋଇଥିବା ଏହି ୧୦ ଦିନିଆ ତାଲିମ ଶିବିରରେ କୋରାଇ ବ୍ଲକର ସାଦକପୁର ଗ୍ରାମ ପଞ୍ଚାୟତରରୁ ୨୨ ଜଣ,ଧନେଶ୍ବର ଗ୍ରାମ ପଞ୍ଚାୟତରୁ ୩ ଜଣ,ବରୁଣ୍ଡାଇ ଗ୍ରାମ ପଞ୍ଚାୟତରୁ ୨ ଜଣ ଓ ତାରାକୋଟ ଗ୍ରାମ ପଞ୍ଚାୟତରୁ ୨ଜଣ ଯୁବକ-ଯୁବତୀ ଏହି ତାଲିମ ଶିବିରରେ ଯୋଗଦାନ କରି ପ୍ରସିକ୍ଷଣ ନେଉଥିବା ସରପଞ୍ଚ ରବିନ୍ଦ୍ର କୁମାର ବେହେରା ସୂଚନା ଦେଇଛନ୍ତି ।
ଇପିଏ ରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )