ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ବୋମା ମାଡ଼
ପୁରୀ ଜିଲ୍ଲାର କଣାସ ରେ ବୋମା ମାଡ଼। ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି କଣାସ ଗଡ଼ଖାରଦ ଗ୍ରାମରେ ବୋମା ମାଡ଼। ରଘୁ ମାନ ସିଂହ ଙ୍କ ଘରେ ବୋମା ମାଡ଼ କଲେ ଦୁର୍ବୁତ୍ତ । ୭/୮ ଜଣ ଦୁର୍ବୁତ୍ତ ଆସି କଲେ ବୋମା ମାଡ଼ ।
ଘର ଗ୍ରୀଲ ଦେଇ କରାଯାଇଛି ବୋମା ମାଡ଼ । ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଚି ଗଡ଼ିଶା ଗୋଦା ଥାନା ପୋଲିସ । ବୋମା ମାଡ଼ ପରେ ବିଭିନ୍ନ ସ୍ଥାନରେ ପଡିଥିବା ସୁତୁଲୀ ପୋଲିସ ଦ୍ବାରା ଉଦ୍ଧାର କରାଯାଇଛି । ବୋମା ବିସ୍ଫୋରଣରେ କାହାରି କୌଣସି କ୍ଷତି ହୋଇ ନଥିବା ସୂଚନା ରହିଛି।ବୋମା ମାଡ଼ ପରେ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଉତେଜନା ପରିସ୍ଥିତି।ଅଶାନ୍ତି କର ପରିବେଶ । ତୁରନ୍ତ ଦୂର୍ବୁର୍ତ୍ତ ଧରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ତେବେ ସୁଚନା ମୁତାବକ ରଘୁ ମାନ ସିଂହ ଙ୍କର ଘର ଉପରକୁ ବୋମା ମାଡ଼ ସମ୍ପୁକ୍ତି ସନ୍ଦେହ ରେ ଜଣକୁ ଅଟକ ରଖି ପଚରା ଉଚରା ଜାରି ରଖିଛି ଗଡ଼ିଶା ଗଦା ଥାନା ପୋଲିସ
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )