ଉଜ୍ଜଳ ଭାରତ ଉଜ୍ଜଳ ଭବିଷ୍ୟତ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଉଜ୍ଜଳ ଭାରତ ଉଜ୍ଜଳ ଭବିଷ୍ୟତ କାର୍ଯ୍ୟକ୍ରମ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ପକ୍ଷରୁ ଓ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଏବଂ ଏନ.ଟି.ପି.ସି ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛିl ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ରେ ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲାପାଳ ଚଞ୍ଚଳ ରାଣା , ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ପ୍ରମୁଖ ଯୋଗ ଦେଇ ସାଂପ୍ରତିକ ସ୍ଥିତିରେ ସାଧାରଣ ଜନ ଜୀବନରେ ବିଦ୍ୟୁତ୍ ର ଆବଶ୍ୟକତା ଅନିର୍ବ।ଜ୍ୟ ବୋଲି ମତବ୍ୟକ୍ତ କରିଥିଲେ ଏବଂ ବୃଦ୍ଧି ପାଉଥିବା ବିଦ୍ୟୁତ ଚାହିଦା କୁ ଲାଘବ କରିବାପାଇଁ ସୋଲାର ବିଦ୍ୟୁତ ପ୍ରକଳ୍ପ ଉପରେ ଗୁରୁତ୍ଵ ଦେଇଥିଲେ । ପାୱାର ଗ୍ରୀଡର ଜେନେରାଲ ମ୍ୟାନେଜର ସୁରେଶ କିଶାନ ଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ ସଂଯୋଜନା କରିଥିଲେ । ଏହି ଅବସରରେ ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ସଚେତନତା କରିବା ପାଇଁ ଏକ ସଚେତନତା ଧର୍ମୀ ନାଟକ ପରିବେଷଣ ହୋଇଥିଲା ।
ବଲାଙ୍ଗୀର ଇପିଏ ରୁ ବ୍ୟୁରୋ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )