ଭାଇ କାଟିଲା ଭାଇର ହାତ

0 16

ଏମିତି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତ ଫୁଡକୁପଡା ଗାଁରେ। ଜମି ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ମାରପିଟ। ସାନଭାଇର ଟାଙ୍ଗିଆ ଚୋଟରେ ବଡଭାଇର ଡାହାଣ ହାତ ଛିଣ୍ଡିଯାଇଛି।। ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ଆଣିବା ବାଟରେ ବଡଭାଇର ମୃତ୍ୟୁ ହୋଇଛି। ଜମି ବିବାଦକୁ ଦୁଇ ପରିବାର ମଧ୍ୟରେ ଝଗଡା ହୋଇଥିଲା। ସନ୍ତୋଷ ଧରୁଆ ଓ ତାଙ୍କ ପୁଅ ନବୀନ ଧରୁଆ ନିଜ ଜମି ଚାଷ କରୁଥିବା ସମୟରେ ତାଙ୍କ ସମ୍ପର୍କୀୟ ଭାଇ କଲାକାହ୍ନୁ ମାଝି, ଡିଲେ ମାଝି,ଚମାର ମାଝି ଓ ଅନନ୍ତ ମାଝି ପହଞ୍ଚି ଥିଲେ।ଏହା ପରେ ସେମାନେ ଆତର୍କିତ ଭାବରେ ଟାଙ୍ଗିଆରେ ସନ୍ତୋଷ ଉପରେ ଆକ୍ରମଣ କରିଥିଲେ। କଲାକାହ୍ନୁ, ଡିଲେ,ଚମାର ଓ ଅନନ୍ତ ୪ ଜଣ ମିଶି ସନ୍ତୋଷ କୁ ଯାବୁଡି ଧରି ଟାଙ୍ଗିଆରେ ଡାହାଣ ହାତ କାଟି ଦେଇଥିଲେ। ଘଟଣାସ୍ଥଳରୁ ପରିବାର ଲୋକେ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନକୁ ଆଣି ଥିଲେ। ସନ୍ତୋଷଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନନ୍ତର କରିଥିବା ବେଳେ ତାଙ୍କ ମୃତ୍ୟୁ ହୋଇ ଥିବା ଜଣା ପଡିଛିl ଅନ୍ୟ ପକ୍ଷରେ ଡିଲେଶ୍ବର ମାଝିକୁ ପାଟଣାଗଡ଼ ପୁଲିସ ଅଟକ ରଖି ଅଧିକ ତଦନ୍ତ କରୁଛି।

ବଲାଙ୍ଗୀର ଇପିଏ ରୁ ବ୍ୟୁରୋ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.