ଟ୍ରେନ ଦୁର୍ଘଟଣାରେ ମୃତଯାତ୍ରୀ ଓ ସାମ୍ବାଦିକ ସୁଶିଲ ମହାନ୍ତି ଙ୍କ ପାଇଁ ତିର୍ତ୍ତୋଲରେ କ୍ୟାଣ୍ଡଲ ଶୋଭାଯାତ୍ରା

0 24

ତିର୍ତୋଲ : ବାଲେଶ୍ଵର ବାହାନଗା ଠାରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଯାତ୍ରୀ ମାନଙ୍କ ପାଇଁ ଓ ତିର୍ତ୍ତୋଲ ଏରସମା ଅଞ୍ଚଳରେ ସମ୍ବାଦ ସାମ୍ବାଦିକ ଭାବେ କାର୍ଯ୍ୟ କରି ଆସିଥିବା ସୁଶୀଲ କୁମାର ମହନ୍ତି ଙ୍କ ଅକାଳ ମୃତ୍ୟୁ ନିମନ୍ତେ ସାମ୍ବାଦିକ ସୁରକ୍ଷା ସମିତି ତିର୍ତ୍ତୋଲ ଓ ଆଦିକବି ସାରଳାଦାସ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମିଳିତ ଆନୁକୁଲ୍ୟରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ଗତ ମଙ୍ଗବାର ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।

ତିର୍ତ୍ତୋଲ ନେହେରୁ ବଜାର ସ୍ଥିତ ସାରଳାମେସ ନିକଟରୁ ଏହି ଶୋଭାଯାତ୍ରା ବାହାରି ଆଦିକବି ସାରଳା ଦାସ କଲେଜ ଦେଇ ନିଶାମଣି ସାରଣୀ ସ୍ଥିତ ଆନନ୍ଦମଣ୍ଡପ ଠାରେ ଶେଷ ହୋଇଥିଲା। ଏହି କ୍ୟାଣ୍ଡଲ ଶୋଭାଯାତ୍ରାରେ ତିର୍ତ୍ତୋଲ ସାମ୍ବାଦିକ ସୁରକ୍ଷା ସମିତିର ମୁଖ୍ୟଉପଦେଷ୍ଟା ରମାକାନ୍ତ ରାଉଳ ସଭାପତି ଶରତ ଚନ୍ଦ୍ର ଦାଶ, ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଦାଶ , ସୁଶିଲ ମହାପାତ୍ର, ରଞ୍ଜନ କୁମାର୍ ମଲ୍ଲିକ, ଓ ଭାଗବତ ପ୍ରସାଦ ଙ୍କ ସମେତ ଛାତ୍ରପ୍ରତିନିଧି ମାନେ ନିଜ ନିଜ ବକ୍ତବ୍ୟରେ , ଏହି ମର୍ମନ୍ତୁତ ହୃଦୟବିଦାରକ ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ଯାତ୍ରୀ ମାନଙ୍କ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଦାବୀକରିଥଲେ । ଅପର ପକ୍ଷରେ ଦୀର୍ଘ ଚାରିଦଶନ୍ଧିଧରି ତିର୍ତ୍ତୋଲ ଓ ଏରସମା ଅଞ୍ଚଳରେ ଗଣମାଧ୍ୟମରେ କାର୍ଯ୍ୟ କରିଆସିଥିବା ସମ୍ବାଦ ସାମ୍ବାଦିକ ସୁଶିଲ ମହାନ୍ତି ଙ୍କ ଅକାଳବିୟୋଗ ରେ ତାଙ୍କର କ୍ରାନ୍ତିକାରୀ ସଂଗ୍ରାମୀ ଜୀବନ ଦର୍ଶନ ଉପରେ ଆଲୋଚନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିବାର ଦେଖିବାକୁ ମିଳିଥିଲା l

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.