ଶ୍ରୀଜିଉଙ୍କ ରଥ ଟାଣିବେ ସେବାୟତ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

0 11

ଓଡ଼ିଶା: ଆଗାମୀ ୧୨ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ରଥଯାତ୍ରା । କେବଳ ପୁରୀରେ ହିଁ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ରାଜ୍ୟ ସରକାର ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏଥର କେବଳ ସେବାୟତମାନେ ହିଁ ଶ୍ରୀଜିଉଙ୍କ ରଥ ଟାଣିପାରିବେ । ରଥଯାତ୍ରା ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ, କୋଭିଡ-୧୯ କଟକଣା ମଧ୍ୟରେ ରଥଯାତ୍ରାର ଆୟୋଜନ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଚଳିତ ଥର ସେବାୟତମାନେ ହିଁ ଶ୍ରୀଜିଉଙ୍କ ରଥକୁ ଟାଣିବେ । ରଥଯାତ୍ରାରେ ଯାହା ହେବ, ସେବାୟତଙ୍କ ଦ୍ୱାରା ହିଁ ହେବ । ରଥଯାତ୍ରାରେ ନିୟୋଜିତ ହେବାକୁ ସମସ୍ତ ଅଧିକାରୀ ଓ ସେବାୟତମାନଙ୍କର କୋଭିଡ ପରୀକ୍ଷା ହେବ ।

Leave A Reply

Your email address will not be published.