ୱର୍ଲ୍ଡ ଟଏଲେଟ୍ ଡେ ପାଳନ

0 12

19 ନଭେମ୍ବର କୁ ୱର୍ଲ୍ଡ ଟଏଲେଟ୍ ଡେ ଭାବେ ପାଳନ କରାଯାଏ। ବିଶେଷ କରି ଖୋଲା ରେ ଶୌଚ ନ ହୋଇ ପାଇଖାନା ବ୍ୟବହାର କରିବା ନେଇ ଲୋକ ଙ୍କ ମଧ୍ୟ ରେ ସଚେତନତା, ପରିଷ୍କାର ପରିଛନ୍ନତା ବଜାୟ ରଖିବା ବାର୍ତା ସମାଜ କୁ ଦେବା ପାଇଁ ଏହି ୱାର୍ଡ ଟଏଲେଟ୍ ଦିବସ ର ମୂଖ୍ୟ ଉଦେଶ୍ୟ। ତେବେ ଏହି ଦିବସ ର ବାର୍ତା ଲୋକ ଙ୍କ ଠାରେ ପହଞ୍ଚେଇବାକୁ ପ୍ରତିବର୍ଷ ନଭେମ୍ବର 19 ତାରିଖ ରେ ୱାର୍ଲ୍ଡ ଟଏଲେଟ୍ ଦିବସ ପାଳନ କରାଯାଉଅଛି। ଏହି ଅବସର ବିଶିଷ୍ଟ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭମିରେ ଏହି ଟଏଲେଟ୍ ପ୍ରସଙ୍ଗ କୁ ନେଇ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.