ଶ୍ରୀ ଶ୍ରୀ ମଝିଘରିଆଣୀ ମା’ଙ୍କର ଚୈତ୍ରପର୍ବ ଓ ଝାମୁଯାତ୍ରା

0 82

ଉପଲକ୍ଷେ ସୂସଜ୍ଜିତ ହୋଇ ଝଲକୁଛି ରାୟଗଡ଼ା ସହର ଯାତ୍ରା ଆସନ୍ତାକାଲି ଠାରୁ ପାଞ୍ଚଦିନ ବ୍ୟାପି ଚାଲିବ

ସମାଗମ ହେବେ ୪ଟି ରାଜ୍ୟରୁ ଲକ୍ଷାଧିକ ଭକ୍ତ

ରାୟଗଡ଼ ଅଧିଷ୍ଠାତ୍ରୀଦେବୀ ଶ୍ରୀ ଶ୍ରୀ ମଝିଘରିଆଣୀ ମା’ଙ୍କର ଚୈତ୍ରପର୍ବ ଓ ଝାମୁଯାତ୍ରା ଉପଲକ୍ଷେ ସୂସଜ୍ଜିତ ହୋଇ ମନ୍ଦିର ପରିସର ଝଲକୁଛି ଓ ରାୟଗଡ଼ା ସହର ଯାତ୍ରା ସକାଶେ ଆସନ୍ତାକାଲି ତା.୦୧.୦୪.୨୦୨୩ ଠାରୁ ୦୫.୦୪.୨୦୨୩ ରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପି ଚାଲିବ । ଏଥିପାଇଁ ପୋଡଶୀ ରାଜ୍ୟ ଆନ୍ଧ୍ର, ତେଲେଙ୍ଗାନା, ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଲକ୍ଷାଧିକ ଭକ୍ତ ସମାଗମ ହେବେ । ଯାତ୍ରା ଦେଖି ମାଁ ଙ୍କ ଆଶୀର୍ବାଦ ପାଇବା ପାଇଁ ସହରବାସୀଙ୍କ ବନ୍ଧୁବାନ୍ଧବ ଆସି ପହଞ୍ଚିଲେଣି । ପାଞ୍ଚଦିନ ବ୍ୟାପି ରାୟଗଡ଼ ଅଧିଷ୍ଠାତ୍ରୀଦେବୀ ଶ୍ରୀ ଶ୍ରୀ ମଝିଘରିଆଣୀ ମା’ଙ୍କର ଚୈତ୍ରପର୍ବ ଓ ଝାମୁଯାତ୍ରା ଦୀର୍ଘ ଦୁଇ ବର୍ଷ କରୋନା ପରେ ଚଳିତ ବର୍ଷ ଭିଡ଼କୁ ପୂର୍ବାନୁମାନ ରଖି ଶ୍ରୀ ଶ୍ରୀ ମଝିଘରିଆଣୀ ମନ୍ଦିର ଟ୍ରଷ୍ଟ ପରିଚାଳନା କମିଟି ରାୟଗଡ଼ା ଦର୍ଶନ ପାଇଁ ଆସିବା ଭକ୍ତ ଙ୍କ ସକାଶେ ସମସ୍ତ ସୁବିଧା ସହ ଗମନାଗମନ ପାଇଁ ବିନାଶୁଳ୍କରେ ବସ ସେବା, ପାଞ୍ଚ ଦିନ ଅନ୍ନପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛି ରାୟଗଡ଼ା ପୋଲିସ ।
ଶ୍ରୀ ଶ୍ରୀ ମଝିଘରିଆଣୀ ମନ୍ଦିର ଟ୍ରଷ୍ଟ ପରିଚାଳନା କମିଟି ପକ୍ଷରୁ ମା’ଙ୍କ ଘଟ ପୂଜା ୦୧/୦୪/୨୩ ସନ୍ଧ୍ୟା ୬.୪୦ ଠାରୁ ରାତ୍ର ୯-୦୮ ମଧ୍ୟ ମା’ ଙ୍କ ପାଦ ଉଠାଣି ଏବଂ ଘଟ ସ୍ଥାପନ । ତା. ୦୨-୦୪-୨୦୨୩ ରବିବାର ଠାରୁ ୦୪-୦୪-୨୦୨୩ ମଙ୍ଗଳବାର ପର୍ଯ୍ୟନ୍ତ ସନ୍ଧ୍ୟା ୫ ଘ. ଠାରୁ ରାତ୍ର ୯ ଘ. ପର୍ଯ୍ୟନ୍ତ ମା’ ଙ୍କ ଘଟ ଗ୍ରାମ ପରିକ୍ରମା । ତା. ୦୫-୦୪-୨୦୨୩ ବୁଧବାର ସନ୍ଧ୍ୟା ୫ ଘ. ଗତ ମା’ ଙ୍କ ଝାମୁଯାତ୍ରା ପାଇଁ ଅଗ୍ନି ସଂଯୋଗ ରାତ୍ର ୧୦ ଘଟିକା ସମୟରେ ପୂଜକଙ୍କ କଣ୍ଟ ଦୋଳି ଝୁଲଣ ଏବଂ ଅଗ୍ନିରେ ଖାଲିପାଦରେ ଚାଲିବେ । ଏଥି ସହ ଆଜି ଯଞ୍ଜ୍ୟ ପାଇଁ ତା-୩୧-୦୩-୨୦୨୩ରିଖ ଶୁକ୍ରବାର ଦିବା ଘ. ୧୧.୧୦ମି. ପରେ ମଣ୍ଡଳ ବିନ୍ୟାସ ଦିବା ଘ.୧୨.୨୫ମି. ଗତେ ଦୀକ୍ଷାଗ୍ରହଣ, ସନ୍ଧ୍ୟା ଘ.୦୫.୧୫ମି. ଗବେ ଜଳଯାତ୍ରା, ସନ୍ଧ୍ୟା ଘ.୦୬.୪୦ମି. ପରେ ଆଙ୍କୁରାରୋପଣ ଆରମ୍ଭ ହୋଇଥିବା ବେଳେ କାଲି ତା-୦୧-୦୪-୨୦୨୩ରିଖ ଶନିବାର ଦିବା ଘ.୧୦.୧୯ମି ଗତେ କର୍ମରାମ୍ଭ ସୂର୍ଯ୍ୟପୂଜା, ଶାଳାପୂଜା, ଦିବା ଘ. ୦୧.୨୦ମି ମୁଖ୍ୟ ଦେବତା ପୂଜା, ଚଣ୍ଡିପାଠ, ଆଳତି ପୁଷ୍ପାଞ୍ଜଳି ଅପରାହ୍ନ ଘ. ୪.୪୪ ମି ଗତେ କୁଣ୍ଡ ଓ ଅଗ୍ନି ସଂସ୍କାର ହୋମ, ଆରତୀ ପୃଷ୍ପାଞ୍ଜଳି ପରେ ତା ୦୨-୦୪-୨୦୧୩ ଠାରୁ ୦୪-୦୪-୨୦୨୩ (ରବିବାର ଠାରୁ ମଙ୍ଗଳବାର) ପର୍ଯ୍ୟନ୍ତ ପ୍ରତ୍ୟହ ଦିବା ଘ.୧୦,୩୦ ମି. ଠାରୁ ସୂର୍ଯ୍ୟପୂଜା, ଶାଳ ପୂଜା, ମୁଖ୍ୟ ଦେବୀଙ୍କ ଷୋଡ଼ଶ ଉପଚାର ପୂଜା, ମହାସ୍ନାନ ମହାପୂଜା, ଆଳତି, ପୃଷ୍ଠାଞ୍ଜଳି, ଅପରାହ୍ନ ଘ. ୪.୩୦ ଠାରୁ ତଣ୍ଡୀ ହୋମ, ଆଳତି ଓ ପୁଷ୍ପାଞ୍ଜଳି ହେବ । ଶେଷ ଦିନ ତା:୫-୦୪-୨୦୦୩ ବୁଧବାର ଦିବା ଘ.୧୦.୧୫ମି. ସୂର୍ଯ୍ୟପୂଜା ପରେ ଶାଳପୂଜା, ମୁଖ୍ୟ ଦେବୀଙ୍କ, ଷୋଡ଼ଶ ଉପଚାର ପୂଜା, ମହାସ୍ନାନ ମହାପୂଜା, ଆଳତି,ପୁଷ୍ପାଞ୍ଜଳି, ଅପରାହ୍ନ ଘ. ୪.୩୦ ରେ ଝାମୁ ଅଗ୍ନିପୂଜା ଦିବା ଘ.୦୪.୪୫ମି. ଚଣ୍ଡି ହୋମ ରାତ୍ର ଗ.୯.୪୮ମି.ରେ ପୂର୍ଣସ୍ମୃତି କାର୍ଯ୍ୟକ୍ରମ ଶେଷ ହେବା ସହ ଚରୁ ବିତରଣ କରିବା ପରେ ସମାପନ ହେବ ଚଳିତ ବର୍ଷ ମାଁ ଙ୍କ ଚୈତ୍ର ପର୍ବ ।

ରାୟଗଡ଼ ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.