ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ, ଜ୍ଞାନ ବିଜ୍ଞାନମେଳା -୨୦୨୨ ଅନୁଷ୍ଠିତ

0 15

ଛତ୍ରପୁର ସହରାଞ୍ଚଳ ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ଜ୍ଞାନ-ବିଜ୍ଞାନ ମେଳା-୨୦୨୨ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଅଛି । ଓଡ଼ିଶା ପୋଲିସ ପ୍ରଶାସନିକ ଅଧିକାରୀ ତଥା ପ୍ରବେସନାରୀ ଡ଼ିଏସପି ସୁଶ୍ରୀ ଶ୍ରାବଣୀ ନାୟକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ ବିଜ୍ଞାନମେଳାର ମହତ୍ତ୍ୱ ପ୍ରତିପାଦନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ବିଦ୍ୟାର୍ଥୀମାନେ ସ୍ୱାଗତସଙ୍ଗୀତ ପରିବେଷଣ କରିଥିବାବେଳେ ପ୍ରାରମ୍ଭରେ ପ୍ରଧାନଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ସ୍ୱାଗତଭାଷଣ ପ୍ରଦାନ କରି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ରୂପେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ଡଃ. ମିଲିମିତା ପାଢୀ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଆଧୁନିକ ଯୁଗରେ ବିଜ୍ଞାନର ଉପାଦେୟତା ଓ ଆବଶ୍ୟକତା ବିଷୟରେ ଉଦବୋଧନ ଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଉପେନ୍ଦ୍ର ମହାନ୍ତି ଶିଶୁମାନଙ୍କୁ ବିଜ୍ଞାନ ବିଷୟରେ ପ୍ରତିଦିନ ହେଉଥିବା ନୂତନ ଗବେଷଣା ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କଦ୍ୱାରା ପ୍ରସ୍ତୁତିହୋଇଥିବା ବିବିଧପ୍ରକଳ୍ପ ଦ୍ବାରା ଆୟୋଜିତ ଜ୍ଞାନ-ବିଜ୍ଞାନମେଳା ଷ୍ଟଲକୁ ମୁଖ୍ୟଅତିଥି ଉଦ୍ଘାଟନ କରିଥିଲେ । ଏହି ଜ୍ଞାନ-ବିଜ୍ଞାନମେଳାରେ ବିଭିନ୍ନ ବର୍ଗରୁ ୨୧୩ ଜଣବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ୨୦ ଜଣ ବିଚାରକ ରୂପେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଶତପଥୀ କାର୍ଯ୍ୟକ୍ରମର ବୃତ୍ତ ପଠନ କରିଥିଲେ ।
କୃତ୍ତି ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥି ଓ ଅନ୍ୟ ସମ୍ମାନୀୟ ଅତିଥୀଙ୍କ ଦ୍ଵାରା ପୁରସ୍କୃତ କରି ଉତ୍ସାହିତ କରାଯାଇଥିଲା । ଶେଷରେ ସମ୍ପାଦକ ପଦ୍ମଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉପସଭାପତି ଗୀତା ପାଢୀ, କୋଷାଧ୍ୟକ୍ଷ ଏ. ରାବଣା ରାଓ, ଯୁଗ୍ମ ସଂପାଦକ ଦିଲ୍ଲୀପ କୁମାର ବେହେରା, ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ, ସଦସ୍ୟା ସୁନୀତା ସେଠୀ , ଗୁରୁଜୀ, ଗୁରୁମା, ସେବକ, ସେବିକା, ଅଭିଭାବକ, ଅଭିଭାବିକା ପ୍ରମୁଖ ପୂର୍ଣ୍ଣସହଯୋଗ କରିଥିଲେ ।

ଛତ୍ରପୁର ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.